ବଡ଼ଚଣା ବିଧାୟକଙ୍କ ମହାନତା : ଚଣ୍ଡି ମନ୍ଦିର ପରିସରରେ ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ଅମର

ଭୁବନେଶ୍ୱର : ମାଙ୍କଡଙ୍କ ଭୋକ ବିଧାୟକଙ୍କୁ ବିଚଳିତ କଲା । କରୋନା କାଳରେ ଖାଇବାକୁ ନପାଇ ଭୋକରେ ଆଉଟୁ ପାଉଟୁ ହେଉଥିବା ମାଙ୍କଡଙ୍କ ପେଟ ଚିହ୍ନି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଆଗେଇ ଆସିଲେ ବିଧାୟକ । ଗୋଟିଏ କି ଦୁଇଟି ମାଙ୍କଡ ନୁହେଁ ମଣିଷଙ୍କ ପରି କଥା କହି ନିଜ ପେଟର ଭୋକ ଜଣାଇ ପାରୁନଥିବା ଶହ ଶହ ମାଙ୍କଡଙ୍କୁ ନିଜ ହାତରେ ଖାଦ୍ୟ ଦେଇ ମହାନତା ଦେଖାଇଛନ୍ତି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ।

badachana mla amar satapathy distribute food to monkey at mahabinayaka temple 
କରୋନା କାଳରେ ଏବେ ସବୁଧର୍ମାନୁଷ୍ଠାନ ବନ୍ଦ ରହିଛି । ସାଧାରଣ ଭକ୍ତ କି ଦର୍ଶଙ୍କୁ ଯିବାକୁ ଅନୁମତି ନାହିଁ । ଏମିତି ସମୟରେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଚଣ୍ଡି ମନ୍ଦିରରେ ଥିବା ମାଙ୍କଡ ମାନେ ଭୋକ ଆଉଟୁ ପାଉଟୁ ହେଉଥିଲେ । ସେମାନେ ଭକ୍ତ ଓ ଯାକ୍ରୀଙ୍କ ଠାରୁ ଖାଦ୍ୟ ଖାଇଥାନ୍ତି । କିନ୍ତୁ ଏବେ ପିଠକୁ ଯାତ୍ରୀ ଆସୁ ନଥିବାରୁ ସେମାନେ ଖାଇବାକୁ ପାଉ ନାହାନ୍ତି । ମାଙ୍କଡଙ୍କ ଏପରି ଅବସ୍ଥା ଜାଣି ବିଧାୟକ ସେମାନଙ୍କୁ ଖାଦ୍ୟ ବାଣ୍ଟିଲେ ।

badachana mla amar satapathy distribute food to monkey at mahabinayaka temple 

ମନ୍ଦିର ବନ୍ଦ ରହିବା ଫଳରେ ମନ୍ଦିର ପାଖରେ ଥିବା ପଶୁ ମାନେ ବେଶ ପ୍ରଭାବିତ ହୋଇଛନ୍ତି ।  ପର୍ଯ୍ୟଟକ ଆସୁ ନଥିବା ରୁ ମାଙ୍କଡ଼ଙ୍କ ବେଶ ଦୟନୀୟ ହୋଇ ପଡ଼ିଥିବ ବେଳେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମନ୍ଦିର ପାଖରେ ପହଁଚି ମାଙ୍କଡ଼ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ମଣିଷ ସମାଜ ସହ ଜୀବ ଜଗତ ଉଭୟ ପରସ୍ପର ସହ ଜଡିତ । ତେଣୁ ଆମେ ବଂଚିବା ସହ ଜୀବ ଜନ୍ତୁ ଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ବିଧାୟକ ଅମର ପ୍ରସାଦ ଶତପଥି ଆହ୍ୱାନ ଦେଇଛନ୍ତି ।

badachana-mla-amar-satapathy-distribute-food-to-monkey-at-chandi-temple