ଭୁବନେଶ୍ୱର: ଓଲିଉଡ ଷ୍ଟାର ବାବୁସାନ୍ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଚାଲାଣ କାଟିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ କହିଛନ୍ତି।
ସୂଚନାଯୋଗ୍ୟ, ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ନାଆଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଗତକାଲି ଏକ ହଜାର ଟଙ୍କାର ଚାଲାଣ କଟିଥିଲା ।