୩ ହିରୋଇନ ସହ ରୋମାନ୍ସ କରିବେ ବାବୁସାନ

ଭୁବନେଶ୍ୱର: ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ...

ଭୁବନେଶ୍ୱର: ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଫିଲ୍ମରେ ମାଧ୍ୟମରେ ବହୁତ ଦିନ ପରେ ଶୀତଲ୍‌ କମ୍‌ବ୍ୟାକ୍‌ କରୁଛନ୍ତି। ପୂର୍ବରୁ ବାବୁସାନ୍‌, ଶୀତଲ୍‌ ଏବଂ ସୂର୍ଯ୍ୟମୟୀଙ୍କୁ ଫିଲ୍ମ ‘ଭଲ ପାଏ ତତେ ଶହେରୁ ଶହେ’ରେ ଦେଖିବାକୁ ମିଳିଥିଲା। ସେହିଭଳି ଦିବ୍ୟା ତାଙ୍କ ଡେବ୍ୟୁ ଫିଲ୍ମ ’ସୁନ୍ଦରଗଡର ସଲମାନ୍‌ ଖାନ୍‌’ରେ ବାବୁସାନ୍‌ଙ୍କ ସହ ଅଭିନୟ କରିଥିଲେ।

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...