ସାରଥୀ ପରି ଆଉ ଜଣେ ବାବା : ଆଶ୍ରମର ମହନ୍ତଙ୍କ ରତୀ କ୍ରୀଡାରେ ମାତିବା ଅଶ୍ଲୀଳ ଭିଡିଓ ଭାଇରାଲ, ଗାଦି ଛାଡି ବାବା ଫେରାର

ନୂଆଦିଲ୍ଲୀ : ପୁଣି ଜଣେ ଭଣ୍ଡ ବାବାଙ୍କ ଅସଲ ଚେହେରା ପଦାକୁ ଆସିଛି । ନିଜକୁ ଗାଦିର ମହନ୍ତ କହୁଥିବା ୫୮ ବର୍ଷ ବୟସର ବାବାଙ୍କର ମଦ ଆସର ନାରୀ ସୁଖ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୋଟିଏ ନୁହେଁ ୯ଟି ଭିଡିଓ ପଦାକୁ ଆସିଛି । ଏହି ଭିଡିଓରେ ମଦ ଗ୍ଲାସ ରହିଛି । ବାବାଙ୍କ ପାଖରେ ଜଣେ ମହିଳା ଅଛନ୍ତି । ମହିଳା ଜଣଙ୍କ କେବଳ ଅନ୍ତବସ୍ତ୍ର ବିନ୍ଧିଛନ୍ତି । ବାବାଙ୍କ ସହ ମଉଜ କରୁଛନ୍ତି । ବାବା ବି ମହିଳାଙ୍କ ସହ ଯୈ÷ାନ ସୁଖ ଖେଳ ଖେଳୁଛନ୍ତି । ଆଉ ନିଜ ଦେହରେ ରହିଥିବା ବସ୍ତକୁ ବି ବାହାର କରୁଛନ୍ତି । ଆଉ ମହିଳାଙ୍କ ଅନ୍ତବସ୍ତ୍ରକୁ ଖୋଲିବାକୁ ଇଶାର କରୁଛନ୍ତି । ତା ପରେ ବିବସ୍ତ୍ର ହେଉଛନ୍ତି ମହିଳା ୍ୟ ସୋସିଆଲ ମିଡିଆ ରେ ଏହି ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛି । ଘଟଣା ଘଟିଛି ହରିୟାଣା କୈଥାଳ ଜିଲ୍ଲା କାଲାୟତରେ ।

କାଲାୟତରେ ଡେରା ରାଜପୁରୀଠାରେ ଥିବା ଆଶ୍ରମର ୧୪ ତମ ମହନ୍ତ ବାବା ସୋମପୁରୀଙ୍କ ୯ ଅଶ୍ଳୀଳ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ଗାଁ ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ବାବାଙ୍କୁ ଗାଦି ଛାଡ଼ିବାକୁ ପଡ଼ିଛି। ୫୮ ବର୍ଷ ବୟସ୍କ ସୋମପୁରୀ ଏକ ହୋଟେଲରେ ଜଣେ ମହିଳାଙ୍କ ସହିତ ଅସଞ୍ଜତ ଅବସ୍ଥା ଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏହାପରେ ମହାପଞ୍ଚାୟତ ଡକାଯାଇ ନିଷ୍ପତ୍ତି ଅନୁସାରେ ୩୩୦ ବର୍ଷ ପୁରୁଣା ଆଶ୍ରମରୁ ବାବାଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ବାବା ଜୀବନ ଭୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ପଳାଇ ଯାଇଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଏକ ମାମଲା ଦାଏର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଫେସବୁକରେ ହେଲା ପ୍ରେମ, ଲୁଚା ଛପାରେ ହୋଟେଲେରେ ହେଲା ବାହାଘର,ତା ପରେ କାହିଁକି ଧୋକ୍କା ଦେଲା ପ୍ରେମିକ