କଟକ: ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ଜେଲ୍ରୁ ମୁକୁଳିବା ଆଶା ଉଜ୍ଜୀବୀତ ହୋଇଛି । ଆଜି ହାଇକୋର୍ଟ ତାଙ୍କୁ ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ବାରିମୂଳରେ ଥିବା ଆଶ୍ରମରେ ଅନ୍ତେବାସିନୀ ଓ ତାଙ୍କ ମା’ଙ୍କ ମାମଲାରେ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ତାଙ୍କକୁ ଜାମିନ ମିଳି ସାରିଥିବାରୁ ସେ ଜେଲ୍ରୁ ଖୁବଶୀଘ୍ର ମୁକୁଳି ପାରନ୍ତି ।
କେନ୍ଦ୍ରାପଡ଼ା ବାରିମୂଳରେ ଥିବା ଆଶ୍ରମରେ ଅନ୍ତେବାସିନୀ ଓ ତାଙ୍କ ମା’ଙ୍କୁ ନିର୍ୟ୍ୟା ତନା ଦେବା ମାମଲାରେ ସୋମବାର ହାଇକୋର୍ଟରେ ଶୁଣାଣୀ ହୋଇଛି । କୋର୍ଟ ସାରଥିଙ୍କର ଜାମିନ ମଞ୍ଜୁର କରିଛନ୍ତି । କୋର୍ଟ ୨ ଲକ୍ଷ ଟଙ୍କା ଜରିମାନା ଓ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ତେବେ ଜେଲରୁ ମୁକୁଳିବା ପରେ ସେ ଯେମିତି ସାକ୍ଷୀମାନଙ୍କୁ ପ୍ରଭାବିତ ନ କରନ୍ତି ସେଥିପାଇଁ ସର୍ତ୍ତ ରଖାଯାଇଛି । ତେବେ ତଳ କୋର୍ଟ ଚାହିଁଲେ ଅଧିକ ସର୍ତ୍ତ ରଖି ପାରିବେ ବୋଲି କୋର୍ଟ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସାରଥିଙ୍କ ନାଁରେ ମୋଟ ୩ଟି ମାମଲା ରହିଛି । ୨ଟି ମାମଲାରେ ଗତ ଅଗଷ୍ଟ ୪, ୨୦୧୭ରେ ଜାମିନ ମିଳି ସାରିଛି । କ୍ରାଇମବ୍ରାଂଚ ପକ୍ଷରୁ ଦାଏର ମାମଲାରେ, ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ସାରଥି ବାବା ଜଣେ ଝିଅଙ୍କ ସହ ହାଇଦ୍ରାବାଦସ୍ଥିତ ଗୋଲକୁଣ୍ଡା ହୋଟେରେ ଥିବା ସଂପର୍କିତ ଫଟୋ ପ୍ରସାରିତ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲା । ଅଗଷ୍ଟ ୭ ତାରିଖ ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ଆଶ୍ରମରେ ଚଢାଉ ବେଳେ ପର୍ୟ୍ୟା ପ୍ତ ପରିମାରେ ସମ୍ପତ୍ତି ଜବତ କରାଯାଇଥିଲା । ସେ ଦୀର୍ଘ ୪ ବର୍ଷ ହେବ ଜେଲ୍ରେ ଅଛନ୍ତି ।