ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲି ଓ ପରିବାର କରୋନା ପଜିଟିଭ

ମୁମ୍ବାଇ : କରୋନା କବଜାରେ ବାହୁବଳୀ ନିର୍ଦ୍ଦେଶକ ଏସ.ଏସ.ରାଜାମୌଲି । ପରିବାର ସଦସ୍ୟଙ୍କ ସହ ସେ କରୋନା ପଜିଟିଭ ଆସିବା ପରେ ବର୍ତ୍ତମାନ ଘରେ କ୍ୱାରେଣ୍ଟାଇନରେ ଥିବା ସେ ଟ୍ୱିଟ କରି ଜଣାଇଛନ୍ତି ।

ସେ କହିଛନ୍ତି, “ମୋର ପରିବାର ସଦସ୍ୟ ଏବଂ ମୁଁ କିଛି ଦିନ ପୂର୍ବରୁ ସାମାନ୍ୟ ଜ୍ୱରରେ ପୀଡିତ ଥିଲୁ । ଏହା କମି ଯାଇଥିବା ସତ୍ୱେ ଆମେ ପରୀକ୍ଷା କରିଥିଲୁ। ଯେଉଁଥିରେ ରିପୋର୍ଟ କୋଭିଡ ପଜିଟିଭ ଆସିଛି।

ପରବର୍ତ୍ତୀ ଟ୍ୱିଟରେ ରାଜାମୌଲି କହିଛନ୍ତି ଯେ, ‘ମୁଁ ଏବଂ ମୋ ପରିବାର ଏବେ ସୁସ୍ଥ ଅଛୁ। ତଥାପି, ଆମେ ସମସ୍ତ ସତର୍କତା ଏବଂ ଗାଇଡଲାଇନ ପାଳନ କରୁଛୁ। କେବଳ ଆଣ୍ଟିବଡି ବିକଶିତ କରିବାକୁ ଅପେକ୍ଷା କରିଛୁ ଯାହା ଦ୍ୱାରା ଆମେ ଆମର ପ୍ଲାଜମା ଦାନ କରିପାରିବୁ’।

ମାର୍ଚ୍ଚରେ କରୋନା ଭାଇରସ କାରଣରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପୂର୍ବରୁ ଡାଇରେକ୍ଟର ମୌଲି ତାଙ୍କର ଆଗାମୀ ଆକ୍ସନ ଡ୍ରାମା ‘ରାଇଜ ରୋର ରିଭୋଲ୍ଟ’ ବା 3R ଉପରେ କାମ କରୁଥିଲେ।