“ଡୁ ୟୁ ଲଭ୍ ମି” ଗୀତରେ ଦିଶାଙ୍କ ହଟ୍ ଲୁକ୍ ର ଜଲୱା

ମୁମ୍ବାଇ: ଆକ୍ସନ ହିରୋ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବାଗି-୩’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରାଯାଇଥିଲା । ଯାହାକୁ ଖୁବ୍ ପସନ୍ଦ କିରଛନ୍ତି ମେକର୍ସ। ଫିଲ୍ମରେ ପୁଣିଥରେ ଟାଇଗରଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ। ଦର୍ଶକଙ୍କ ଏକ୍ସାଇଟମେଂଟ ବଢାଇବା ପାଇଁ ଫିଲ୍ମର ପାର୍ଟି ସଙ୍ଗ ‘ଡୁ ୟୁ ଲଭ ମି’ ରିଲିଜ କରାଯାଇଛି।

ସବୁଥର ପରି ଏଥରେ ମଧ୍ୟ ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀଙ୍କ ଜଲୱା ଦେଖିବାକୁ ମିଳୁଛି। ଗ୍ରୀନ ବିକିନୀରେ ଡାନ୍ସ କରି ସମସ୍ତଙ୍କୁ ଘାଇଲା କରିଛନ୍ତି ସେ। ତାଙ୍କ ସହ ଏହି ଗୀତରେ ତାଙ୍କ କଥିତ ବୟଫ୍ରେଣ୍ଡେ ଟାଇଗର ମଧ୍ୟ ନଜର ଆସୁଛନ୍ତି।ପ୍ରକାଶ ଥାଉକି ଦିଶା ଫିଲ୍ମରେ ଅତିଥି କଳାକାର ରୂପେ ଅଭିନୟ କରୁଛନ୍ତି ।

ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅହମ୍ମଦ ଖାନ। ଫିଲ୍ମକୁ ନାଦିୟାଦୱାଲା ଗ୍ରାଣ୍ଡସନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଉଛି । ଶ୍ରଦ୍ଧା ଓ ଟାଇଗରଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ମାର୍ଚ୍ଚ ୬ରେ ରିଲିଜ ହେବ ଫିଲ୍ମ।