ଆଜି ବି.ଆର ଆମ୍ବେଦକରଙ୍କ ଜୟନ୍ତୀ

ଭୁବନେଶ୍ୱର: ଆଜି ବି.ଆର ଆମ୍ବେଦରକଙ୍କ ୧୨୯ତମ ଜନ୍ମ ଜୟନ୍ତୀ ।  ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆମ୍ବେଦକର ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସକପାଲ ଏବଂ ମାଙ୍କ ନାଁ ଭୀମାବାଇ ଥିଲା । ସେ ବାପାମା’ଙ୍କ ୧୪ ନମ୍ବର ସହ ଶେଷ ସନ୍ତାନ ଥିଲେ ।

ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ଅଛୁଆଁ ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ ।