ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ରାଷ୍ଟ୍ରଗାନ ଭିଡ଼ିଓ ରେକର୍ଡିଂ ଆପ୍‌ଲୋଡ୍‌ ଓ ପ୍ରମାଣପତ୍ର ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ରାଷ୍ଟ୍ରଗାନ ଭିଡ଼ିଓ ରେକର୍ଡିଂ କରି ଅପ୍‌ଲୋଡ୍‌ କଲେ ଏହି ଅଭିଯାନରେ ସାମିଲ ଥିବା ଏକ ପ୍ରମାଣପତ୍ର ଡାଉନ୍‌ଲୋଡ୍‌ କରି ସଂଗ୍ରହ କରିବାର ସୁଯୋଗ ଦିଆଯାଇଛି । ଏ ସଂକ୍ରାନ୍ତରେ ଏକ ପୋର୍ଟାଲ ବିକଶିତ କରି ସର୍ବସାଧାରଣଙ୍କ ମଧ୍ୟରେ ବହୁଳ ଭାବେ ପ୍ରସାରିତ କରାଯାଇଛି । ଏହା ହେଉଛି http://rastragaan.in ଏଥିରେ ୪ଟି ପର୍ଯ୍ୟାୟ ରହିଛି । ପ୍ରଥମରେ ନିଜ ନାମ, ଦ୍ୱିତୀୟରେ ଦଣ୍ଡାୟମାନ ମୁଦ୍ରାରେ ରାଷ୍ଟ୍ରଗାନ ଗାଇବାର ଭିଡ଼ିଓ ରେକର୍ଡିଂ କରିବା, ତୃତୀୟ ପର୍ଯ୍ୟାୟରେ ଏହି ଭିଡ଼ିଓକୁ ଅପ୍‌ଲୋଡ୍‌ କରିବା ଏବଂ ଚତୁର୍ଥରେ ନିଜ ନାମ ସମ୍ବଳିତ ଏକ ପ୍ରମାଣପତ୍ର ଡାଉନ୍‌ଲୋଡ୍‌ କରି ସଂଗ୍ରହ କରିବା ରହିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏହି ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ତତ୍‌କ୍ଷଣାତ୍‌ ପ୍ରଦାନ କରିବାର ପ୍ରାବଧାନ କରିଛି । ଏହି ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ରାଷ୍ଟ୍ରୀୟ ଏକତା ପ୍ରଦର୍ଶନ କରିବାକୁ ଆହ୍ୱାନ କରାଯାଇଛି । ଏହି ଅଭିଯାନରେ ସାମିଲ ହେବାକୁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏହା ଆସନ୍ତା ଅଗଷ୍ଟ ୧୪ ତାରିଖ କିମ୍ବା ତା’ପୂର୍ବରୁ ଅପ୍‌ଲୋଡ୍‌ କରାଯାଇପାରିବ ।