ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି ।

ଗତ ୯ ତାରିଖରେ ଆୟୁଷ ନିର୍ଦ୍ଦେଶକ ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଯୁବତୀ ଜଣଙ୍କୁ ସେ ହ୍ୱାଟସଆପ୍‌ରେ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା । ଏହାପରେ ଆଜି ତାଙ୍କୁ ଜାମିନ୍ ମିଳିଛି ।