ନୂଆଦିଲ୍ଲୀ: ର୍ସଜରୀ କରିବେ ଆୟୁର୍ବଦେ ଡାକ୍ତର । କନେ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଚିକିତ୍ସା ସଂଘ (IMA) ବିରୋଧ କରିବା ଆରମ୍ଭ କରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ଚୋର ଦ୍ୱାର ଦେଇ ପଶିବା କହିଛି । ଏହାଦ୍ୱାରା NEET ଭଳି ର୍ସବଭାରତୀୟ ପରୀକ୍ଷାର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ସରିଯିବ ବୋଲି ସଂଘ କହିଛି । ସରକାରଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ କନେ୍ଦ୍ରୀୟ ଚିକିତ୍ସା ପରିଷଦ (CCIM) ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଆୟୁର୍ବଦେ ଡାକ୍ତର ଏବେ ୫୮ ପ୍ରକାର ର୍ସଜରୀ କରିପାରିବେ ବୋଲି କୁହାଯାଇଛି ।
କନେ୍ଦ୍ରୀୟ ଚିକିତ୍ସା ପରିଷଦର ଏହି ନିଷ୍ପତ୍ତିକୁ IMA ବିରୋଧ କରିବା ସହ ଏହାକୁ ଏକତରଫା କହିଛି । IMA ପକ୍ଷରୁ ଜାରି ବିବୃତିରେ କୁହଯାଇଛି- ଯଦି ସିସିଆଇଏମ୍ ଲକ୍ଷ୍ମଣ ରଖୋ ଡେଇଁବାକୁ ଚଷେ୍ଟା କରେ ତ ପରିମାଣ ଭୟାନକ ହବେ । IMA ପରାର୍ମଶ ଦେଇ CCIMକୁ କହିଛି- ପ୍ରାଚୀନ ଜ୍ଞାନକୁ ନେଇ ର୍ସଜରୀର ନୂଆ ତରିକା ଓ ଆଧୁନିକ ଚିକିତ୍ସା ବିଜ୍ଞାନ ଆଧାରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ଏପରିକି ଆଧୁନିକ ଚିକିତ୍ସା ଶାସ୍ତ୍ରର ଡାକ୍ତରଙ୍କୁ ଦଶେର ଚିକିତ୍ସା କଲଜେରେ ନିଯୁକ୍ତି ନଦବୋ ଲାଗି IMA ଦାବି କରିଛି । ଯଦି ଚୋରଙ୍କ ଭଳି ଆୟୁର୍ବଦେ ଡାକ୍ତରଙ୍କୁ ର୍ସଜରୀ ପାଇଁ ଅନୁମତି ଦିଆଯାଏ ତ NEETର ଗୁରୁତ୍ୱ ସମ୍ପୂର୍ଣ୍ଣ ଶଷେ ହୋଇଯିବ ବୋଲି IMA ପକ୍ଷରୁ କୁହାଯାଇଛି ।
୫୮ ପ୍ରକାର ର୍ସଜରୀ କରିପାରିବେ ଆୟୁର୍ବଦେ ଡାକ୍ତର
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆୟୁର୍ବଦେରେ ପିଜି କରିଥିବା ଛାତ୍ର ଆଖି, ନାକ, କାନ, ଗଳା ସହିତ ସାଧାରଣ ର୍ସଜରୀ ପାଇଁ ସ୍ୱତନ୍ତ୍ର ରୂପରେ ପ୍ରଶିକ୍ଷଣ ନବେେ । ସରକାରଙ୍କ ବିଜ୍ଞପ୍ତି ମୁତାବକ ଏହି ଛାତ୍ରମାନଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ, ସ୍ତନ ସମସ୍ୟା, ଅଲସର ଓ ପଟେ ଭଳି କିଛି ର୍ସଜରୀ ଲାଗି ଅନୁମତି ମିଳିବ ।
ayurveda doctor can perform general surgery