ଲକ୍ଷ୍ମୌ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇବା ପରେ ସଂପୃକ୍ତ ଅଞ୍ଚଳର କେତେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଶୁଣାଣି ପରେ କାଳେ ସଂପୃକ୍ତ ଅଞ୍ଚଳରେ ବିବାଦ ଉପୁଜିପାରେ ବୋଲି ଭୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟର ସମ୍ବେଦନଶୀଳ ୩୧ଟି ଜିଲ୍ଲାରେ କେବେ କେଉଁ ମୁହୂତ୍ତର୍ରେ ବି ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ ସେବା ବନ୍ଦ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଉତ୍ତରପ୍ରଦେଶ ପୁଲିସ୍ର ଡିଜି ଓପି ସିଂହ ନିଜର ବୟାନ ଦେଇ କହିଛନ୍ତି ଯ ‘୩୧ ସମ୍ବେଦନଶୀଳ ଜିଲ୍ଲାବାସୀଙ୍କ ସାଂପ୍ରଦାୟିକ ପ୍ରତିକ୍ରିୟା ଜାଣିବା ପାଇଁ ଚାରିଆଡ଼ୁ କଡ଼ା ତଦାରଖ କରାଯାଉଛି। ଏହି ସବୁ ଜିଲ୍ଲାର କୌଣସି ବି ସ୍ଥାନରେ କେଉଁ ବି ସମୟରେ ଇଣ୍ଟରନେଟ୍ ବନ୍ଦ ହୋଇପାରେ।’
ଆଗ୍ରା, ଆଲିଗଡ଼ ଆଦି ଜିଲ୍ଲାମାନଙ୍କରେ ଗତକାଲି ରାତିରୁ ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି। ମୁଖ୍ୟତଃ ଯେଉଁ ଅନ୍ୟ ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ୍ କଟିବାର ଆଶଙ୍କା ରହିଛି ସେ ଜିଲ୍ଲାଗୁଡ଼ିକ ଭିତରେ ଅଛି ଲକ୍ଷ୍ନୌ, ପ୍ରୟାଗରାଜ, ମୋରାଦାବାଦ, ମିରଟ, ଗୋରଖପୁର ଏବଂ ବାରଣାସୀ।