ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ଜମି ମାଲିକାନା ବିବାଦ ଲାଗି ତିନି ସଦସ୍ୟବିଶିଷ୍ଟ ସ୍ୱତନ୍ତ୍ର ମଧ୍ୟସ୍ଥତା ପାନେଲ୍ ଗଠନ ଲାଗି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଅତିରିକ୍ତ ସମୟ ମଞ୍ଜୁର କରିଛନ୍ତି। ବିବାଦର ଆପୋସ ସମାଧାନ ଲାଗି ଅଦାଲତ ଅଗଷ୍ଟ ୧୫ ତାରିଖ ଯାଏଁ ସମୟ ବୃଦ୍ଧି କରିଛନ୍ତି।
ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ପାଞ୍ଚ ସଦସ୍ୟବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଶୁକ୍ରବାର ସକାଳେ ଶୁଣାଣି କରିଛି। ଆପୋସ ସମାଧାନର ସନ୍ଧାନ ନେବାକୁ ମଧ୍ୟସ୍ଥତା ପାନେଲ୍ ସମୟ ବଢ଼ାଇବାକୁ ଅନୁରୋଧ କରିଥିଲା ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପାନେଲ୍କୁ କହିଲେ ଯେ କେତେ କ’ଣ ଅଗ୍ରଗତି ହୋଇଛି ସେ କଥା ଖଣ୍ଡପୀଠ କହିବ ନାହିଁ… ତାହା ଗୋପନୀୟ।
ସୁପ୍ରିମ୍ କୋର୍ଟଙ୍କୁ ଏହି ପାନେଲ ମୁଦା ଲଫାପା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରି ସାରିଛି। ଜଷ୍ଟିସ୍ ଏସ୍ଏ ବବ୍ଦେ, ଏସ୍ଏ ନାଜୀର, ଅଶୋକ ଭୂଷଣ ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ ମଧ୍ୟ ଏହି ପାଞ୍ଚ-ସଦସ୍ୟବିଶିଷ୍ଟ ଖଣ୍ଡପୀଠରେ ଅନ୍ତର୍ଭୁକ୍ତ ଅଟନ୍ତି।