ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ: ଅଯୋଧ୍ୟାରେ ୧୪୪ ଧାରା ଲାଗୁ

ଅଯୋଧ୍ୟା:ଉତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ବିବାଦକୁ ନେଇ ଆସିବାକୁ ଥିବା ସମ୍ଭାବିତ ନିଷ୍ପତି ପୂର୍ବରୁ ୧୪୪ ଧାରା ଲାଗୁ କରାଯାଇଛି । ଜିଲ୍ଲାଧିକାରୀ ଅନୁଜ ଝା ଅଯୋଧ୍ୟାରେ ଧାରା ୧୪୪ ଲାଗୁ କରିଛନ୍ତି । ଯାହା ଡିସେମ୍ବର ୧୦ ଯାଏଁ ଲାଗୁ ରହିବ । ତବେ ଦୀପାବଳି ଉପଲକ୍ଷେ ଅଯୋଧ୍ୟା ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ଏହାକ କୌଣସୀ ପ୍ରଭାବ ପଡିବ ନାହିଁ ।

କୁହାଯାଉଛି ଯେ, ଧାରା ୧୪୪ ଲାଗୁ କରିବା ପଛରେ ଅଯୋଧ୍ୟା ବିବାଦକୁ ନେଇ ଆସିବାକୁ ଥିବା ସମ୍ଭାବିତ ନିଷ୍ପତି ଏବଂ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଦୀପୋତ୍ସବ ପାଳନ କରିବା ରହିଛି । ଏହାସହ ଅଯୋଧ୍ୟା ଉପରେ ଆସିବାକୁ ଥିବା ନିଷ୍ପତିକୁ ନେଇ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି ।

ଚଳିତ ଥର ବିଶ୍ୱ ହିନ୍ଦୁ ପରିଷଦ ଗର୍ଭଗୃହରେ ବିରାଜମାନ ରାମଲଲାଙ୍କ ସହ ଦୀପାବଳି ପାଳନ କରିବାକୁ ନିଷ୍ପତି ନେଇଛି । ଭିଏଚପିର ମିଡିଆ ପ୍ରଭାରୀ ଶରଦ ଶର୍ମା ୫୧ ହଜାର ଦୀପଦାନ ହେବ ବୋଲି କହିଛନ୍ତି ।

ବିଶ୍ୱ ହିନ୍ଦୁ ପରିଷଦର ଅପିଲକୁ ନେଇ ମୁସଲିମ ସମାଜ କଡା ଆଭିମୁଖ୍ୟ ପୋଷଣ କରିଛି । ମୁସଲିମ ପକ୍ଷକାର ହାଜୀ ମେହବୁବ ବିବାଦିତ ପରିସରରେ ଯଦି ଦୀପୋତ୍ସବ ପାଳନ କରାଯାଏ ତେବେ ମୁସଲିମ ସମାଜ ମଧ୍ୟ ନମାଜ ପାଠ କରିବାକୁ ଅନୁମତି ମାଗିବ ବୋଲି କହିଛନ୍ତି ।