ଭୁବନେଶ୍ୱର : ଇଣ୍ଡିଆନ ଅଏଲ (ଆଇଓସିଏଲ) ର ସକ୍ଷମ ହେଉଛି ଏକ ମହତପୂଣ୍ଣ ର୍ର୍ିକ କାର୍ଯ୍ୟକ୍ରମ ଯାହାକି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଭାରତ ସରକାର ଏବଂ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ ମାର୍ଗଦର୍ଶର (ପିସିଆରଏ)ତତ୍ତ୍ୱାବଧାନରେ ପିସିଆରଏ ଏବଂ ତୈଳ ଶିଳ୍ପ ମିଳିତଭାବେ ଆୟୋଜିତ କରାଯାଇଥାଏ । ତୈଳ ଏବଂ ଗ୍ୟାସ ସଂରକ୍ଷଣ ଆବଶ୍ୟକତା ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିିବା ଓ ସଂରକ୍ଷଣ କରିବା ଏହି କାର୍ଯ୍ୟକ୍ରମର ଉଦେଶ୍ୟ । ଏହି ଅବଧି ମଧ୍ୟରେ ପରିବହନ ଶିଳ୍ପ, କୃଷି ଓ ଘର ଆଦି କ୍ଷେତ୍ରରେ ଇନ୍ଧନ ସଂରକ୍ଷଣ ଉପରେ ବାର୍ତ୍ତା ବିସ୍ତାର କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ କରାଯାଉଛି। ଏହାର ଗ୍ୁରୁ ତ୍ୱକୁଉପଲବଦ୍ଧି କରି ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିବର୍ଷ୍ ଏକ ମାସ ପାଇ ଁଏହି ୍ଅଭିଯାନ କରିବାକୁ ନିଷ୍ପତ୍ତି ନେଇଥିଲା । ତଦନୁସାରେ ଚଳିତ ବର୍ଷ ସମଗ୍ର ଭାରତରେ “ସବୁଜ ଏବଂ ସ୍ୱଚ୍ଛ ଶକ୍ତି (ସକ୍ଷମ-୨୧)” ୧୬ ଜାନୁଆରୀରୁ ୧୫-ଫେବୃଆରୀ ୨୦୨୧ ଯାଏ ପାଳନ କରାଯିବ ।
ଏହି ଅବସରରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତୈଳ ଏବଂ ଗ୍ୟାସ ସଂରକ୍ଷଣ ଉପରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିଜର ସଚେତନତା ବାର୍ତ୍ତା ଦେଇଛନ୍ତି । ବାର୍ତ୍ତାରେ “ଏକ ଭାରତ ଶ୍ରେଷ୍ଠ ଭାରତ” ଓ “ ଆତ୍ମନିଭର ଭାରତ ” ଉପରେ ଗୁରୁତ୍ୱାରୋପ କରିଥିଲେ । ଶକ୍ତିର ସବୋତ୍ତମ ବ୍ୟବହାର ଅଭ୍ୟାସ କରିବାକୁ ରାଜ୍ୟପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଭଳି ଅଭ୍ୟାସ ବରବର୍ତ୍ତୀ ସମୟରେ ଜାତୀୟ ଅର୍ଥନୀତିର ସୁରକ୍ଷା, ମାନବ ଜୀବନକୁ ଏକ ସୁସ୍ଥ ପରିବେଶ ଯୋଗାଇବାରେ, ଆମଦାନୀ ବିଲ ହ୍ରାସ କରିବାରେ ଏବଂ ଇକୋ ସିଷ୍ଟମ ବଜାୟ ରଖିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି ।
ସଂରକ୍ଷଣ ସନେତନତା ଅଭିର୍ଯାନ ସକ୍ଷମ-୨୧ର ଉଦ ୍ଘାଟନୀ ଉତ୍ସବ ଇଣ୍ଡିଆନ ଅଏଲ ଭବନ, ଓଡ଼ିଶା ରାଜୟ କାର୍ଯ୍ୟାଳୟ, ଭୁ ବନନଶ୍ୱରନର ଶନିବାର (୧୬-୦୧-୨୧) ଅନୁଷ୍ି ିତ ନୋଇଥ ିଲା । ଏଥ ିନର ମୁଖ୍ୟ ଅତିଥ ିଭାନବ ରାଜ୍ୟସଭା ସଂସାଦ ରଘୁନାଥ ମହାପାତ୍ର ଯୋଗଦେଇଥିଲେ । ତୈଳ ଏବଂ ଗ୍ୟାସ ସଂରକ୍ଷଣ ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ପେଟ୍ରୋଲିୟମ ସଂରକ୍ଷଣ ଓ ସଠିକ ଉପଯୋଗ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ଜାତୀୟ ଅର୍ଥନୀତିର ସୁରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।
ତୈଳ ଶିଳ୍ପ ଓଡିଶା ତରଫରୁ ଭାରତୀୟ ତୈଳ ନିଗମ ଲିମିଡେଟର ମୁଖ୍ୟ ଜେନରାଲ ମ୍ୟାନେଜର ତଥା, ରାଜ୍ୟମୁଖ୍ୟ ରାଜ୍ୟସ୍ତରୀୟ ସଂଯୋଜକ ଶ୍ରୀ ଶୁଭଜିତ ଘୋଷ ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟରେ ତୈଳ ଓ ଗ୍ୟାସ ସଂରକ୍ଷଣ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଯୋଜନା କରାଯାଉଥିବା କାଯ୍ୟକ୍ରମ ସଂପର୍କରେ ବିସ୍ତୁତ ବିବରଣୀ ରଖିଥିଲେ । ଏହି ଏକମାସ ମଧ୍ୟରେ ତୈଳ ଶିଳ୍ପ ଓ ପେଟ୍ରୋଲିୟମ ସଂର୭ଣ ଅନୁସନ୍ଧାନ ସଂଘ ସହିତ ମିଶି ଇନ୍ଧନ ସଞ୍ଚୟ ଉନ୍ନତ ଗାଡି ଚାଳନା ଅଭ୍ୟାସ ଉପରେ ଡ୍ରାଇଭର ମାନଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବ । ପ୍ରତ୍ୟେକ ଏଲପିଜି ପଞ୍ଚାୟତରେ ରନ୍ଧନ ଗ୍ୟାସ ସଞ୍ଚୟ ପାଇଁ ଗୃହିଣୀ ମାନଙ୍କ ନିମନ୍ତେ ଉତ୍ତମ ରନ୍ଧନ ଅଭ୍ୟାସ ଉପରେ ସଚେତନତା କରିବା ସହ ପ୍ରଶି୭ଣ ଦେବା ଲାଗି କର୍ମଶାଳା ଆୟୋଜନ ହେବ । ଏଥିସହିତ ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି ଉଦେଶ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ବିତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ । ସେହିପରି କୃଷି ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ତୈଳ ଓ ଗ୍ୟାସ ବା ପେଟ୍ରୋଲିୟମ ଦ୍ରବ୍ୟ ସଂରକ୍ଷଣ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯିବ ।
ଏହି ଉଦଘାଟନି ଉତ୍ସବ ମଞ୍ଚରେ ଗେଲ୍ର ସିଜିଏମ ଦିନବନ୍ଧୁ ସୋରେନ, ଏଚପିସିଏଲର ଡିଜିଏମ ଆରଏସ ୍ଅଭୟଙ୍କର,ବିବିସିଏଲ (ଏଲପିଜି)ର ରାଜ୍ୟ ମୁଖ୍ୟ ଶ୍ରୀ ସଞ୍ଜୟ ଶର୍ମା ପ୍ରମ୍ମୁଖ ବିଶିଷ୍ଟ ବ୍ୟକ୍ତିମାନ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ତୈଳ ଏବଂ ଗ୍ୟାସ ସଂରକ୍ଷଣ କରିବା ଲାଗି ଶପଥ ନେଇଥିଲେ ।