ସ୍ୱଦେଶକୁ ଫେରିବେ ପାଇଲଟ୍ ଅଭିନନ୍ଦନ: ଆସନ୍ତାକାଲି ଛାଡିବ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ ଖୁସି ଖବର । ବିଶ୍ୱ ଜନମତ ଚାପରେ ଆସି ପରିଶେଷରେ ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିବ ବୋଲି ନିଷ୍ପତି ନେଇଛି । ଆସନ୍ତାକାଲି ପାଇଲଟ୍ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ସହସଦରେ...

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ ଖୁସି ଖବର । ବିଶ୍ୱ ଜନମତ ଚାପରେ ଆସି ପରିଶେଷରେ ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିବ ବୋଲି ନିଷ୍ପତି ନେଇଛି । ଆସନ୍ତାକାଲି ପାଇଲଟ୍ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ସହସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ଘୋଷଣା କରିଛନ୍ତି । ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟ୍ଙ୍କୁ ଛାଡିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏଭଳି ପଦକ୍ଷେପ ନେଇଛୁ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ପାଇଲଟ୍ଙ୍କୁ ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ । ପାକିସ୍ତାନର ଏଭଳି ଘୋଷଣା ପରେ ଆସନ୍ତାକାଲି ପାଇଲଟ୍ ଅଭିନନ୍ଦନ ସ୍ୱଦେଶକୁ ଫେରିବାର ସମ୍ଭାବନା ରହିଛି । ପାଇଲଟ୍ ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକିସ୍ତାନ ବିଭିନ୍ନ ସର୍ତ ରଖିଥିଲା । ମାତ୍ର ଭାରତ ବିନା ସର୍ତରେ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡିବା ପାଇଁ କହିଥିଲା । ଶେଷରେ ଜେନିଭା କନଭେନସନ୍ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ହୋଇଥିବା ଭାରତ କହିଛି । ସୂଚନାଯୋଗ୍ୟ ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ ବର୍ଥମାନ । ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ ସେନା । ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର‌୍ୟ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହେଉନାହାନ୍ତି କି ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।

Spread the love
Categories
ଦେଶ-ବିଦେଶବଡ ଖବର

RELATED BY