ବିଜେଡିର ଜନସମ୍ପର୍କ ପଦଯାତ୍ରାର ଉଦଘାଟନ କଲେ ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଛନ୍ତି ଯେ ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ |

ଜୀବନବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ବିଜେଡି ଉପରେ ଲୋକଙ୍କର ଭରସା ରହିଛି | ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଛି | ଏହି ରକ୍ତ ଫଳରେ ଲୋକଙ୍କ ଜୀବନ ବଞ୍ଚାଇ ହୋଇଛି |

ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଛି ଯେଉଁଥିପାଇଁ ସେ ଲୋକଙ୍କ ପାଖରେ ଋଣୀ ବୋଲି ନବୀନ କହିଛନ୍ତି | ତେବେ ବିଜେଡିର ଏହି ପଦଯାତ୍ରା ଅକ୍ଟୋବର ୧୧ ତାରିଖ  ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀପର୍ଯ୍ୟନ୍ତ ଚାଲିବ |