ଗଣ ମାଧ୍ୟମର ମହିଳା କର୍ମଚାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲି ଆପତି ଜନକ କାମ କଲେ ଅଟୋ ଡ୍ରାଇଭର, ଟୁଇଟର ପେଜରେ ଘଟଣା ବଣ୍ଣନା କଲେ ମହିଳା

ମୁମ୍ବାଇ : ବିଚ ରାସ୍ତାରେ ଅଟୋଚାଲକଙ୍କ ଆପତି ଜନକ କାର୍ଯ୍ୟ । ତାହାପୁଣି ଗଣମାଧ୍ୟମରେ କାର୍ଯ୍ୟରତ ଜମେ ମହିଳା କର୍ମଚାରୀଙ୍କ ଆଗରେ । ଏମିତି ଘଟଣା ଘଟିଛି ମୁମ୍ବାଇରେ । ମୁମ୍ବାଇରେ ଏକ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଅଟୋରେ ବସି ଯାଉଥିବାବେଲେ ଆପତି ଜନକ ଆଚରଣର ଶୀକାର ହୋଇଛନ୍ତିି । ଏହି କଥାକୁ ନିଜ ଟୁଇଟର ବଣ୍ଣନା କରିବା ସହ ମୁମ୍ବାଇ ପୋସିରେ ଅଭିଯୋଗ ମଧ୍ୟ କରିଛନ୍ତି । ଏହି ଘଟଣଆ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

ନିଜ ଟୁଇଟର ପେଜରେ ପୁରା ଘଟଣାକୁ ବଣ୍ଣନା କରି ମହିଳା କର୍ମଚାରୀ ଲେଖିଛନ୍ତି । ପୂର୍ବାହ୍ନରେ ସେ ମାଲାଦରୁ କାଣ୍ଡିଭାଲି ଆସିବା ପାଇଁ ଏକ ଅଟୋରେ ଏକାକୀ ବସିଥିଲେ। ଅଟୋରେ ବସିବା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍‌ରୁ ଏକ ମେସେଜ ପଠାଇବାରେ ବ୍ୟସ୍ତ ଥିଲେ। ପରେ ତାଙ୍କ ଫୋନ୍‌କୁ ଏକ କଲ ଆସିଥିଲା। ସେ ଫୋନ୍‌ରେ କଥା ହେଉ ହେଉ ଅଟୋ ଚାଳକ ଆଡ଼କୁ ଯେତେବେଳେ ଦେଖିଲେ, ସେତେବେଳେ ଅଟୋ ଚାଳକର ହାବଭାବ ତାଙ୍କୁ କିଛି ଠିକ୍‌ ମନେ ହେଲା ନାହିଁ। ତେବେ, ସେ ଅଟୋ ଚାଳକକୁ କିଛି କହିବା ପୂର୍ବରୁ ଚାଳକ ଜଣକ ଅଟୋଟିକୁ ଏକ ଅପେକ୍ଷାକୃତ ନିଛାଟିଆ ଗଳି ଭିତରକୁ ପୂରାଇ ଦେବା ସହ ତାଙ୍କ ସମ୍ମୁଖରେ ନିଜ ପ୍ୟାଣ୍ଟକୁ ଖୋଲି ପକାଇ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲା। ଏ ଘଟଣା ଦେଖି ମହିଳା ଜଣକ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିବା ସହ ପ୍ରାଣ ବିକଳରେ ଅଟୋରୁ ଓହ୍ଲାଇ ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।

ପରେ ମହିଳା ଜଣକ ତାଙ୍କ ସହ ଘଟିଥିବା ଏ ଅଶୋଭନୀୟ ଘଟଣାକୁ ତାଙ୍କ ନିଜ ଟୁଇଟର ପୃଷ୍ଠାରେ ବର୍ଣ୍ଣନା କରବା ପରେ ଏହା ମୁମ୍ବାଇ ପୁଲିସ୍‌ ନଜରକୁ ଆସିଥିଲା। ପରେ ମୁମ୍ବାଇ ପୁଲିସ୍‌ ତାଙ୍କୁ ଘଟଣା ସଂପର୍କରେ ବୋରିଭାଲି ଥାନାରେ ଅଭିଯୋଗ ଆଗତ କରିବା ପାଇଁ ପରାମର୍ଶ ଦେବାପରେ ସେ ବୋରିଭାଲି ଥାନାରେ ଘଟଣା ସଂପର୍କରେ ଅଭିଯୋଗ ଆଗତ କରିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରିବାରେ ସମର୍ଥ ହୋଇ ନଥିବା ଜାଣିବାକୁ ମିଳିଛି।