OPA

  • ଆସନ୍ତାକାଲିଠାରୁ ଜମ୍ମୁ-କଶ୍ମୀରରେ ଖୋଲିବ ସ୍କୁଲ

    ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୨ ଦିନ ପରେ ଶନିବାର କିଛି ସ୍ଥାନରେ ଲ୍ୟାଣ୍ଡଫୋନ୍‌ ସେବା ଆରମ୍ଭ ହୋଇଛି। ଜମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଛି। ତେବେ କଶ୍ମୀରରେ ଇଣ୍ଟରନେଟ୍‌ ସେବା ପୁନର୍ବାହାଲ କରିବା ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି। କଶ୍ମୀର ଉପତ୍ୟକା ଓ ଶ୍ରୀନଗରରେ ୧୦୦ରୁ ଅଧିକ ଟେଲିଫୋନ୍ ଏକ୍ସଚେଞ୍ଜ ରହିଥିବା ବେଳେ ସେଥିମଧ୍ୟରୁ...
  • କାବୁଲ୍‌ରେ ବିସ୍ଫୋରଣ: ୪୦ ମୃତ, ୧୦୦ରୁ ଅଧିକ ଆହତ

    କାବୁଲ୍‌: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଶନିବାର ବିଳମ୍ବିତ ରାତିରେ ଏ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି...
  • ଭାରତ – ଭୁଟାନ୍‍ ମଧ୍ୟରେ ୧୦ଟି ବୁଝାମଣା ପତ୍ର ସ୍ୱାକ୍ଷରିତ

    ଭୁଟାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍‍ଙ୍କ ସହ ଶନିବାର ଥିମ୍ପୁରେ କଥାବାର୍ତ୍ତା କରିଛନ୍ତି। ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସହ ଏଥିରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନେବାକୁ ଏକମତ ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରଥମେ ମୁହାଁମୁହିଁ କଥାବାର୍ତ୍ତା ଓ ପରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଛି। ଦୁଇ ନେତା ଥିମ୍ପୁରେ ୭୨୦ ମେଗାୱାଟ୍‍ ଶକ୍ତିସମ୍ପନ୍ନ ମାଙ୍ଗ୍‍ଦେଚୁ ଜଳ ବିଦ୍ୟୁତ୍‍...
  • ଦୁର୍ନୀତିଗ୍ରସ୍ତ ୧୫ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି।  କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ୧୭ଜଣ ସରକାରୀ...
  • ରାଉଲକେଲା ନିଟ କ୍ୱାଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣା: ସୁଇସାଇଟ୍ ନୋଟ ଉଦ୍ଧାର

    ରାଉରକେଲା: ପିଲା ହେଲାନି ବୋଲି ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ଜୀବନ ହାରିଲେ ରାଉରକେଲା ଏନ୍‌ଆଇଟିର ଆସୋସିଏଟ୍‌ ପ୍ରଫେସର ଓ ତାଙ୍କ ପତ୍ନୀ! ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ପୁଲିସ ସେହି ସୁଇସାଇଡ୍ ନୋଟ୍‌କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ଆଉ ତାଙ୍କ...
  • ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

    ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀର ଜଣା ଶୁଣା ହସ୍ପିଟାଲ ଏମ୍ସରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଫଳରେ ଏହି ଅଗ୍ନକାଣ୍ଡ ହୋଇଥିବା ଅନୁମାନ କରାଯାଇଛି । ପ୍ରାଥମିକ ସ୍ତରରେ ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲର ଏମରଜେନ୍ସି ବୋର୍ଡ ନକଟରେ ଥିବା ଟିଚିଙ୍ଗ ବ୍ଲକର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ଘଟଣସ୍ଥଳରେ ଦମକଳ ବାହିନୀର ୩୪ଟି ଗାଡି...
  • ସୁନ୍ଦରଗଡ଼ ଏସପିଙ୍କ ନାଁରେ ମାମଲା ରୁଜୁ

    ସୁନ୍ଦରଗଡ଼:ପୋଲିସର ଦାୟିତ୍ଵ ଜନତାଙ୍କୁ ସୁରକ୍ଷା ଦେବା ନା କି ସେମାନଙ୍କ ଉପରେ ଦାଉ ସାଧିବା।  ମନମୁଖୀ କାମ ଯୋଗୁଁ  ପୋଲିସ ପ୍ରତି ଲୋକଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ବେଳେ ବେଳେ ପୋଲିସ ଜନତାଙ୍କ ଉପରେ ନାଲି ଆଖି ଦେଖାଇବାକୁ ପଛାଇନଥାନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଘଟଣାକୁ ନେଇ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏସଡିଜେଏମଙ୍କ...
  • ଓଡ଼ିଶାର ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର, ବଜରଙ୍ଗଙ୍କ ସହ ଦୀପା ପାଇବେ ଖେଳ ରତ୍ନ

    ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରମୋଦଙ୍କ ବ୍ୟତୀତ କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ଅଜୁର୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବସିଥିବା ପୁରସ୍କାର ଚୟନ କମିଟି ପ୍ରମୋଦ ଓ ଜାଡେଜାଙ୍କ ସମେତ ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ...
  • ଦୂରଦର୍ଶନର ପ୍ରସିଦ୍ଧ ଆଙ୍କର ନୀଲମ ଶର୍ମାଙ୍କ ପରଲୋକ

    ନୂଆଦିଲ୍ଲୀ: ଦୂରଦର୍ଶନର ଖ୍ୟାତିସମ୍ପନ୍ନା ଉପସ୍ଥାପିକା ନୀଲମ ଶର୍ମାଙ୍କ ଦେହାନ୍ତ ହୋଇଛି । ଦୂରଦର୍ଶନ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନୀଲମଙ୍କ ଦେହାନ୍ତର ସୂଚନା ଦେଇଛି । ନୀଲମ ଦୂରଦର୍ଶନର ଜଣେ ପରିଚିତ ଚେହେରା ଥିଲେ । ନୀଲମଙ୍କ ଦେହାନ୍ତରେ ଦୂରଦର୍ଶନ ପକ୍ଷରୁ କୋଶ ପ୍ରକାଶ କରାଯାଇଛି । କୁହାଯାଉଛି ଯେ ନୀଲମ କ୍ୟାନସରରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ବୋଧ ଘାଟଠାରେ ନୀଲମଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ...