ମେଲବୋର୍ଣ୍ଣ: ଆଜି ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତକୁ ପଛରେ ପକାଇ ଅଷ୍ଟ୍ରେଲିଆ ବାଜି ମାରି ନେଇଛି । ଅଷ୍ଟ୍ରେଲିଆ ୧୮୫ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ରନ୍ କରି ଅଲଆଉଟ ହୋଇଯାଇଛି ।
ଅଷ୍ଟ୍ରେଲିଆର ଦୁଇ ଓପନର ବେଥ ମୁନୀ ଓ ଅଲିସା ହିଲୀ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ। ବିଶେଷ କରି ହିଲୀ ବଡ଼ ବଡ଼ ଶଟ ଖେଳି ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ମୁନୀ ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି ୭୮ ରନ୍ କରିଥିବା ବେଳେ ହିଲୀ ୫ଟି ବିଶାଳ ଛକା ସହାୟତାରେ ୭୫ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା।
ଏହାର ଜବାବରରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟୁର୍ଣ୍ଣାମେଂଟରେ ଦଳକୁ ଦ୍ରୁତ ଆରମ୍ଭ ଦେଉଥିବା ଶେଫାଳି ବର୍ମା ପ୍ରଥମ ଓଭରରେ ୨ ରନ୍ କରି ମେଗନା ସ୍କୁଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ।