ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ଆଜି ଅନ୍ତିମ ଦିନିକିଆ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଛି ।

ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍‌ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତି ନେଇଥିବା ଫିଂଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର ପାଇଁ ଭାରତ ବିପକ୍ଷରେ ଟସ୍‌ ଜିତିଛି।

ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ କରିଥିଲା। ତେଣୁ ଆଜିର ମ୍ୟାଚ୍‌ ଟ୍ରଫି କିଏ ଜିତିବ, ତା’ର ଫୈସଲା କରିବ।

ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୋହିତ ଶର୍ମା ଓ ଶିଖର ଧୱନ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ ହେଁ ମ୍ୟାଚ୍‌ ପୂର୍ବରୁ ଉଭୟଙ୍କୁ ଫିଟ ଘୋଷଣା କରାଯାଇଛି।

ତେବେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତନ କରିଛି। କେନ୍‌ ରିଚାର୍ଡସନଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ଜୋଶ ହେଜେଲେଉଡଙ୍କୁ ସୁଯୋଗ ମିଳିଛି।