ଆଜିଠାରୁ ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ  ଅଯୋଧ୍ୟାର ରାମ ଜନ୍ମଭୂମି ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ମାମଲାର ଦୈନନ୍ଦିନ ଭିତ୍ତିରେ ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ୍‍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଜଷ୍ଟିସ୍‍ ଏସ୍‍.ଏ. ବୋବଡେ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‍.ଏ. ନଜିର୍‍ଙ୍କ ସାମ୍ବିଧାନସିକ ଖଣ୍ଡପୀଠ ଗତ ଦୁଇ ତାରିଖରେ ମଧ୍ୟସ୍ଥ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ଏହି ମାମଲାର ଦୈନନ୍ଦିନ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ।

ମଧ୍ୟସ୍ଥତା ଜରିଆରେ ରାମ ଜନ୍ମଭୂମି ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ମାମଲାର ଆପୋଷ ସମାଧାନ ନ ହୋଇପାରିବା ପରେ ଆଜିଠାରୁ ଏ ସଂକ୍ରାନ୍ତୀୟ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହେବ। ମଧ୍ୟସ୍ଥତା କମିଟିର ମୁଖ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଫ୍‍.ଏମ୍‍.ଆଇ.ଖଲିଫୁଲ୍ଲାଙ୍କ କମିଟି ଆପୋଷ ଆଲୋଚନା ଜରିଆରରେ ଜମି ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି କୋର୍ଟକୁ ଜଣାଇଥିଲେ।