ସ୍ୱାମୀଙ୍କୁ ପଣବନ୍ଦୀ କରି ସ୍ତ୍ରୀକୁ ଗଣଦୁଷ୍କର୍ମ ରେ ବିଫଳ ହୋଇ ଅଶ୍ଲୀଳ ଭିଡିଓ ସୁଟିଂ କେଲ ୭ ଯୁବକ

ଜାମସେଦପୁର : ସ୍ୱାମୀଙ୍କୁ ପଣବନ୍ଦୀ ରଖି ପତ୍ନୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ । ଆଉ ଏଥିରେ ବିଫଳ ହେବା ପରେ ମହିଳାଙ୍କ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କଲେ ସଂଘ ବଦ୍ଧ ୭ ଯୁବକ । ଏମିତି ଘଟଣା ଘଟିଛି ସୀମାନ୍ତ ଝାଡଖଣ୍ଡରେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିଲେ ବି ଅପରାଧୀଙ୍କ ଟେର ପାଇନି ।

ଘଟଣା ଘଟିଛି ଝାଡ଼ଖଣ୍ଡ ଷଢ଼େଇକଳା ଖରସୁଆଁ ଜିଲ୍ଲାର ଗମ୍‌ହାରିଆ ପୁଲିସ୍‌ ଥାନା ଅନ୍ତର୍ଗତ ବୀରରାଜପୁର ରେଳ ଷ୍ଟେସନ ଅଞ୍ଚଳରେ। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୀଡ଼ିତା ମହିଳା ଓ ତାଙ୍କ ସ୍ୱାମୀ ଗତ ରବିିବାର ସନ୍ଧ୍ୟାରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ୬ରୁ ୭ ଜଣ ଅସାମାଜିକ ଲୋକ ତାଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିଥିଲେ। ପରେ ଏକ ଜଙ୍ଗଲିଆ ସ୍ଥାନରେ ସେମାନେ ମହଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ପଣବନ୍ଦୀ ରଖି ମହିଳା ଜଣଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ହେଲେ, ମହିଳା ଜଣକ ପ୍ରବଳ ପ୍ରତିରୋଧ କରିବାରୁ ଅସାମାଜିକମାନେ ତାଙ୍କୁ ଦୁଷ୍କର୍ମ କରି ପରି ନଥିଲେ। ହେଲେ, ସେମାନେ ମିଳିତ ଭାବେ ମହିଳା ଜଣଙ୍କୁ ଏକ ବୁଦା ମୂଳକୁ ଟେକି ନେଇ ତାଙ୍କୁ ଉଲଗ୍ନ କରିଦେବା ସହ ତାଙ୍କର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିଥିଲେ। ପରେ, ଏ ଘଟଣା ସଂପର୍କରେ କାହାରିକୁ କିଛି ନ କହିବା ପାଇଁ ଧମକ ଦେଇ ଅସାମାଜିକ ଯୁବକମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ।

କିନ୍ତୁ, ଗାଁରେ ପହଞ୍ଚିବା ପରେ ଉଭୟେ ଘଟଣା ସଂପର୍କରେ ଗାଁ ମୁଖିଆଙ୍କୁ ଜଣାଇବା ସହ ତାଙ୍କ ସହ ଥାନାକୁ ଯାଇ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅପରାଧୀ ଉଜ୍ୱଳ ମାହାତୋ ବୋଲି ଚିହ୍ନଟ କରିଥିବା ବେଳେ, ଏହି ଘଟଣାରେ ଅଦ୍ୟାବଧି ଜଣକୁ ହେଲେ ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।