ସଂଧ୍ୟାରେ ଅଟୋଭିତରେ ଯୁବତୀଙ୍କୁ ଅସଦାଚରଣ, କିଏ ବଞ୍ଚାଇଲେ ? ଜାଣନ୍ତୁ ଏମିତି ମିଳେ ସାହାର୍ଯ୍ୟ

କୋଲକାତା : ସଂଧ୍ୟାରେ ଅଟୋରେ ଘରକୁ ଫେରିଲାବେଳେ ପିସାଚ ସାଜିଲା ଅଟୋଚାଳକ । ଯୁବତୀଙ୍କୁ ଏକୁଟିଆ ଦେଖି ଅଟୋରେ ଜବରଦସ୍ତ ଅସଦାଚରଣ କରିବାକୁ ଆରମ୍ଭ କରିଥିଲା ଅଟୋଚାଳକ । ହେଲେ ଯୁବତୀ ଜଣଙ୍କ ଯେତେ ନେହୁରା ହେଲେବି ଶୁଣି ନଥିଲା ଅଟୋ ଡ୍ରାଇଭର । ଶେଷରେ ଚିତ୍କାର କରିଥିଲେ ଯୁବତୀ ।

ନାୟକ କେବଳ ଚଳଚ୍ଚିତ୍ରରେ ନଥାନ୍ତି। ଅଜୟ ନସ୍କର, ଜଲାଲ ଅଲ୍ଲି ମୋଲାହ, ସାବେଦ ଅଲ୍ଲି ମୋଲାହ ନାମକ ୩ ବନ୍ଧୁ କୌଣସି ଚଳଚ୍ଚିତ୍ରର ନାୟକଙ୍କଠାରୁ କମ୍‌ ନୁହଁନ୍ତି। ଏହି ୩ ବନ୍ଧୁ ହେଉଛନ୍ତି କୋଲକାତାର ବାସିନ୍ଦା। ଏକ ସଂଧ୍ୟାରେ ଏମାନେ କୋଲକାତର ନିୟୁ ଟାଉନ୍‌ ଅଞ୍ଚଳରେ ଯାଉଥାନ୍ତି। ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଏକ ଅଟୋ ଭିତରୁ ସେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ କାନ୍ଦ ଶୁଣିବାକୁ ପାଇଲେ। ସେମାନେ ତା’ପରେ ଜାଣିବାକୁ ପାଇଲେ ଯେ ଅଟୋ ଚାଳକ ଜଣକ ଯୁବତୀଙ୍କ ସହ ଅସଦାଚରଣ କରୁଛନ୍ତି।

ସେମାନେ ଘଟଣାକୁ ଅନୁମାନ ଲଗାଇବା ପରେ ପରସ୍ପର ସହ କଥା ହୋଇଥିଲେ। କଥା ହେବା ପରେ ଉକ୍ତ ଅଟୋଟିକୁ ଗୋଡ଼ାଇ ଧରିବା ସହ ଅଟୋ ଚାଳକକୁ ଅଟୋ ବାହାରକୁ ଟାଣି ଆଣି ନିୟୁ ଟାଉନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୀଡ଼ିତା ଯୁବତୀ ଭୟରେ ଥରି ଉଠଉଥିଲେ। ପୁଲିସ୍‌ ଆସି ପହଞ୍ଚି ଅଟୋ ଚଳକ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଉକ୍ତ ୩ ମହାନ ଯୁବକ ଯୁବତୀଙ୍କୁ ସୁରକ୍ଷା ଦେବା ସହ ଅଟୋ ଚାଳକ ବିରୋକ୍ଷରେ ସାକ୍ଷୀ ମଧ୍ୟ ପାଲଟିଥିଲେ।