ସନ୍ଦେହ ସାରିଦେଲା : ଅନ୍ୟସହ କଥା ହେବାରୁ ପତ୍ନୀଙ୍କୁ ଚେଙ୍କ

କୋରେଇ : ଅନ୍ୟ ସହ କଥା ହେବାକୁ ନେଇ ବ୍ୟାସନଗର ପୌରାଞ୍ଚଳର ୱାର୍ଡ ନଂ୧୭ ଶାପଗଡ଼ିଆ ଗ୍ରାମ ନିକଟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମାଡ଼ର ଶିକାର ହୋଇଥିବା ମହିଳା ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅଛନ୍ତି । ଶାପଗଡ଼ିଆ ଗ୍ରାମ ନିକଟରେ ରହୁଥିବା ଯାଜପୁର ଜିଲ୍ଲା କିନ୍ନର ସଂଘ ସଭାପତି କାଜଲ ନାୟକ ଶନିବାର ଅପରାହ୍ଣରେ ସ୍ୱାମୀଙ୍କ ମାଡ଼ ଓ ଚେଙ୍କରୁ ମହିଳାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ।

ତାଙ୍କୁ ସହଯୋଗ କରିଥିଲେ କିନ୍ନର ଚିନୁ, ମାନସୀ, ବନ୍ୟା, ରିଙ୍କୀ ଓ କ୍ଲବ ଦି ୟୁଥ ମାସର ସମ୍ପାଦକ ରାଜେଶ କୁମାର ରାଉତ । ଉଦ୍ଧାର କର୍ତ୍ତାଙ୍କ ସୂଚନା କ୍ରମେ ବ୍ଲୁ ଡଟ କୋରିୟରରେ କାମ କରୁଥିବା ରବିଶଙ୍କର ରାଜ୍ (୩୦) ତାଙ୍କ ସ୍ତ୍ରୀ ଝୁମା ରାଜ୍ (୨୫)ଙ୍କ ୩ବର୍ଷର ପୁଅ ଓ ୬ବର୍ଷର ଝିଅକୁ ନେଇ ସୁନା ସଂସାରର ପରିବାର । ତାଙ୍କ ମଧ୍ୟରେ ନିକଟରେ ରହୁଥିବା ଭଡ଼ାଟିଆ ଘରୋଇ ବ୍ୟାଙ୍କ ଷ୍ଟାଫ ବ୍ୟକ୍ତି ସହ କଥା କାହିଁକି ହେଉଛୁ ଅନ୍ୟଜଣଙ୍କ ସହ କ’ଣ ପାଇଁ କଥା ହେଉଛୁ ନେଇ ଲାଗିଲା ପାଟିତୁଣ୍ଡ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ । ତାପରେ ଅମାନୁଷିକତା ମାଡ଼ ଆରମ୍ଭ ହୋଇଥିଲା ସ୍ତ୍ରୀ ଝୁମା ରାଜ୍(୨୫)ଙ୍କ ଉପରେ ସ୍ୱାମୀ ରବିଶଙ୍କର ରାଜ୍(୩୦) କାଠ ଫାଳିଆ, କରଚୁଲି ଦ୍ୱାରା ମାଡ଼ ଚିକ୍ରାର ଶୁଣି ନିକଟରେ ରହୁଥିବା କିନ୍ନର ସଂଘ ସଭାପତି କାଜଲ ନାୟକ ଓ ତାଙ୍କ କିନ୍ନର ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଚିକିତ୍ସିତ ସ୍ତ୍ରୀ କିନ୍ତୁ ସ୍ୱାମୀ ଧର୍ମକୁ ପାଳନ କରି ଅକଥନୀୟ ମାଡ଼ ଖାଇଲା ପରେ ବି ସ୍ୱାମୀ ନାମରେ ଥାନାରେ କୁହନ୍ତୁ ନାହିଁ ସ୍ୱାମୀକୁ ଥାନାକୁ ପଠାନ୍ତୁ ନାହିଁ ବୋଲି କିନ୍ନର ସଂଘ ସଭାପତି, ଚିକିତ୍ସକ ମାନଙ୍କୁ ଓ ଗଣମାଧ୍ୟମକୁ କହିଥିଲେ