୬ ଜଣ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ଝାରସୁଗୁଡା : ୬ ଜଣ ଏଟିଏମ ଲୁଟେରା ଗ୍ୟାଙ୍ଗ କୁ ଧରିଲା ଝାରସୁଗୁଡା ପୋଲିସ। ବେଳପାହାଡର ଏକ ହୋଟେଲରେ ରହି ଏଟିଏମ ଲୁଟ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଧରିଲା।ସେମାନନ୍କ ନିକଟରୁ ଗୋଟିଏ ନମ୍ବର ବିହୀନ ସ୍କୋରପିଓ ଗାଡି ସହ ନଗଦ ୭୪ ହଜାର ୫୦୦ ଟଙ୍କା,୬୦ ଟି ଏଟିଏମ କାର୍ଡ,ନକଲି ଏଟିଏମ ପ୍ରସ୍ତୁତକାରୀ ଯନ୍ତ୍ରପାତି, କମ୍ପ୍ୟୁଟର, ସ୍କାନର ସହ ଗୋଟିଏ ଭୁଜାଲି ଜବତ କରିଛି ପୋଲିସ।ଆଜି ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।