ଶ୍ରୀ ବୃନ୍ଦାବନ କଳସଙ୍କୁ ତୃତୀୟ “ଅଟଳ ସମ୍ମାନ -୨୦୧୮” ସମ୍ମାନ

ଭୁବନେଶ୍ୱର :  ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ ତମ ଜନ୍ମ ଦିବସ ପାଳନ ସହ ତୃତୀୟ “ଅଟଳ ସମ୍ମାନ – ୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଚଳିତ ବର୍ଷ ବରିଷ୍ଠ ସମାଜସେବୀ ଶ୍ରୀ ବୃନ୍ଦାବନ କଳସଙ୍କୁ ତୃତୀୟ “ଅଟଳ ସମ୍ମାନ -୨୦୧୮” ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ କଳସ ଜଣେ ଇଂଜିନିୟର ତଥା ଶିଳ୍ପଦ୍ୟୋଗୀ ଭାବେ ବେଶ ଜଣାଶୁଣା ଥିଲେ । ଓଡିଶାରେ କାଗଜକଳ ସ୍ଥାପନା କରି ସେ ଅନେକ ଶିଳ୍ପପତିମାନଙ୍କ ପାଇଁ ଉଦାହରଣ ସାଜିଥିଲେ । ପରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଦାୟିତ୍ୱ ନେଇ ଓଡିଶାରେ ଦଳକୁ ସଂଗଠିତ କରିବା ସହ ଦଳକୁ ସୁଦୃଢ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ବିଶିଷ୍ଟ କବି ଶ୍ରୀ ବିପିନ ରାଉତଙ୍କୁ ଦ୍ୱିତୀୟ “ଅଟଳ କବିତା ସମ୍ମାନ -୨୦୧୮” ରେ ସମ୍ମାନୀତ କରାଯାଇଛି । ଶ୍ରୀ ରାଉତ ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ରମେଶ ଗାନ୍ଧୀଙ୍କୁ ଦ୍ୱିତୀୟ “ଅଟଳ ସମାଜସେବୀ ସମ୍ମାନ -୨୦୧୮” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଗାନ୍ଧୀ ସାମାଜସେବାରେ ନିଜକୁ ଉତ୍ସର୍ଗ କରି ଅନେକ ଗରୀବ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ।

କାର୍ଯ୍ୟକ୍ରମ ସଂଦ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟ, ସଂଗୀତକାର ମନ୍ମଥ ମିଶ୍ର, ଅଭିନେତା ଅଶ୍ରୁମୋଚନ ମହାନ୍ତି, ଅର୍ଚ୍ଚନା ବେହେରା ଓ ସଂଜୀବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।

 ଓଡିଶାକୁ ଆଗକୁ ନେବାରେ ସ୍ୱର୍ଗତଃ ଅଟଳଜୀଙ୍କ ଅବଦାନ ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ
 ସ୍ୱର୍ଗତଃ ଅଟଳଜୀ ସାରା ବିଶ୍ୱର ଜନମାନସରେ ଥିଲେ, ଅଛନ୍ତି, ରହିବେ : ବସନ୍ତ ପଣ୍ଡା
 ବିଶିଷ୍ଟ କବି ଶ୍ରୀ ବିପିନ ରାଉତଙ୍କୁ “ଅଟଳ କବିତା ସମ୍ମାନ-୨୦୧୮”
 ସମାଜସେବୀ ଶ୍ରୀ ରମେଶ ଗାନ୍ଧୀଙ୍କୁ “ଅଟଳ ସମାଜସେବୀ ସମ୍ମାନ-୨୦୧୮”

ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ସହ ଏକ ଲୋକପ୍ରିୟ ନେତା ଥିଲେ । ଓଡିଶାର ମହାବାତ୍ୟା ପରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳୱ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ
ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ସ୍ୱର୍ଗତଃ ଅଟଳଜୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆଦିବାସୀ ଜନଜାତିଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ନୂଆ ଆଦିବାସୀ କଲ୍ୟାଣ ବିଭାଗ କରି ଓଡିଶାର ନେତା ଜୁଏଲ ଓରାମଙ୍କୁ ପ୍ରଥମେ ଦାୟୀତ୍ୱ ଦେଇଥିଲେ । ଓଡିଶାକୁ ଆଗକୁ ନେବାରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ରଖିଥିଲେ ।
ସ୍ୱର୍ଗତଃ ଅଟଳଜୀ ସାରା ବିଶ୍ୱର ଜନମାନସରେ ଥିଲେ, ଅଛନ୍ତି, ରହିବେ ଏବଂ ସବୁଦିନ ପାଇଁ ଅମର ରହିବେ ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଥିଲେ ।

ସାଧାରଣ ସଭା ପରେ ସଂଦ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଗୀତକାର ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର , କ୍ରୀଷ୍ଣପ୍ରିୟା ମିଶ୍ର, ସେବାରାଣୀ ମହାପାତ୍ର, ପିଙ୍କି ପ୍ରଧାନ ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ କବିତା ପରିବେଷଣ କରିଥିଲେ । ଶେଷରେ ସାଂସ୍କୃତିକ ପ୍ରକୋଷ୍ଠର ସଦସ୍ୟଙ୍କ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବିଭୋର ହୋଇ ଝୁମିଥିଲେ ।

ଭାରତୀୟ ଜନତା ପାର୍ଟିର କର୍ମକର୍ତା ତଥା ଯୁବପିଢୀଙ୍କୁ ଏଭଳି ସମ୍ମାନ ପ୍ରେରଣା ଦେବା ସହ ଆଗାମୀ ଦିନରେ ସମାଜ କଲ୍ୟାଣ ପାଇଁ କିଛି ନୂତନ ବାର୍ତା ଦେବ ବୋଲି ଭାରତୀୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟକ କହିଛନ୍ତି ।
ସାରା ରାଜ୍ୟର ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ବହୁ ଆଡମ୍ବରର ସହ ପାଳନ କରାଯାଇଛି । ଏହି ଅବସରରେ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କ ସହ ସାଧାରଣ ଜନତା ଏକାଠି ହୋଇ ବାଜପେୟୀଙ୍କ କବିତା ପଠନ ସହ ତାଙ୍କ ସ୍ମୃତିଚାରଣ କରିଛନ୍ତି ।