ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ଆଠଗଡ଼ ପ୍ରଶାସନ

ଆଠଗଡ଼ : କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ୧୧ତାରିଖ ସକାଳ ୬ ଘଟିକାଠାରୁ ୧୨ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । କେବଳ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ । ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକ ସମାଜ ମଧ୍ୟରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଜାମ୍ବର ମହାନ୍ତି, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ୱାର SDPକ୍ସ ପ୍ରଶାନ୍ତ ମଲ୍ଲଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରମୂଖ ଯୋଗଦେଇଥିବା ଜଣାପଡ଼ିଛି ।

atagada administration issues section 144 at dhabaleswar for jagar