ଆଫଗାନିସ୍ଥାନରେ ବୋମା ବିସ୍ଫୋରଣ: ୩୪ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ଥାନରେ ଏକ ବଡ ବୋମା ବିସ୍ଫୋରଣ ହୋଇଛି । ହେରାତ-କନ୍ଧାର ହାଇୱେରେ ଆଜି ସକାଳେ ରାସ୍ତା କଡରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ମହିଳା ଓ ଶିଶୁଙ୍କ ସମେତ ୩୪ଜଣ ପ୍ରାଣ ହରେଇଥିବା ବେଳେ ବହୁ ଆହତ ହୋଇଛନ୍ତି । ଟୋଲୋ ନ୍ୟୁଜ ଅନୁସାରେ ଏହି ସୂଚନା ମିଳିଛି ।

ଏହା ପୂର୍ବରୁ କାବୁଲରେ ରବିବରକୁ ଉପରାଷ୍ଟ୍ରପତି ପଦବୀ ପାଇଁ ପ୍ରତ୍ୟାଶୀ ଅମଋଲା ସାଲେହଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା । ଏଥିରେ ୨୦ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଗୋଟିଏ ଦିନ ପୂର୍ବରୁ ଏଭଳି କରାଯାଇଥିଲା । ସାଲେହଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଆକ୍ରମଣ ସ୍ଥାନୀୟ ସମୟାନୁସାରେ ସନ୍ଧ୍ୟା ୪ଟା ୪୦ ମିନିଟରେ ହୋଇଥିଲା । ଏହି ଆକ୍ରମଣ ପରେ ଦେଶର ଚିନ୍ତାଜନକ ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏହି ଆକ୍ରମଣରେ ସାଲେହ ଅଳ୍ପକେ ବର୍ତ୍ତି ଯାଇଥିଲେ ।