ରାଜ୍ୟର ସମସ୍ତ ପ୍ରବାହିତ ନଦୀରେ ବିସର୍ଜନ ହେବ ସ୍ୱର୍ଗତଃ ଅଟଳଜୀଙ୍କ ଚିତାଭସ୍ମ

ଭୁବନେଶ୍ୱର : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ସମସ୍ତ ଜିଲ୍ଲାରେ ପହଂଚିବ । ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ଥିବା ଅଟଳ ପ୍ରେମୀ ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ଫତି ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।
ଆଜି ଦଳୀୟ କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ଜିଲ୍ଲାର ସଭାପତି ମାନଙ୍କୁ ଅସ୍ଥି କଳସ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା କୋଟି କୋଟି ଅଟଳ ପ୍ରେମୀ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସର ଶେଷ ଦର୍ଶନ କରିବା ସହ ସେମାନଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଭାଜପା ଜିଲ୍ଲା ସଭାପତି ମାନେ ଏହି ଅସ୍ଥି କଳସକୁ ନେଇ ରାଜ୍ୟର ସମସ୍ତ ପ୍ରବାହିତ ନଦୀରେ ବିସର୍ଜନ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅସ୍ଥି ପ୍ରଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଲେ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି , (ସହ ସଂଗଠନ ) ଅମିତାଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।