୩ୟ କୋରୋନା ସଂସ୍ପର୍ଶରେ ବିଧାନସଭା କର୍ମଚାରୀ; ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ୩ୟ କୋରୋନା ରୋଗୀ ଚିହ୍ନଟ ହୋଇଛି । ତେବେ ଏହି ୩ୟ ରୋଗୀ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି । ଯେଉଁ କାରଣରୁ ୩୦ ତାରିଖରେ ଲୋକସେବା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ । ଏନେଇ ଆଜି ବାଚସ୍ପତି ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟାଇନ୍ ରେ ରହିବା ପାଇଁ କୁହାଯାଇଛି। ତା’ସହିତ ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବା ମଧ୍ୟ ଆବଶ୍ୟକ ହୋଇପଡ଼ିଛି।

ବାଚସ୍ପତି ଆହୁରି କହିଛନ୍ତି ଯେ ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବିଧାନସଭା ବସିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ। ତେଣୁ ସବୁ ଦଳର ନେତାଙ୍କୁ ସେମାନଙ୍କର ୩୦ ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାକୁ କୁହାଯାଇଛି। ସେହିଭଳି ବିଧାୟକମାନଙ୍କୁ ନଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇ ଦେଇଛୁ।