ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ଆଇନ୍-୨୦୧୯କୁ ମଞ୍ଜୁରୀ ମିଳିଛି । ତେବେ ଏହି ଆଇନ୍ ଅନୁଯାୟୀ ଦୁଷ୍କର୍ମକାରୀ ଏବଂ ଏଥିରେ ସାମିଲ ଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି ।
ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ଏହି ବିଲ୍କୁ ପ୍ରଥମେ ରାଜ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଥିଲା। ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ମାମଲାରେ ଦୋଷୀ ବିରୋଧରେ ବଳିଷ୍ଠ ପ୍ରମାଣ ଥିଲେ ତାକୁ ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବ। ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ହାଇଦ୍ରାବାଦ୍ ଡାକ୍ତରାଣୀଙ୍କ ପରିଚୟକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ତାଙ୍କ ନାମ ‘ଦିଶା’ ଦେଇଥିଲା। ତେଣୁ ଦିଶା ନାମରେ ମହିଳାଙ୍କ ସୁରକ୍ଷା ପାଇଁ ଏହି ବିଲ୍ ଆସିଛି।