ସଟଡାଉନ ହେଲା ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଧାନସଭାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ପ୍ରତି କରୋନା ବିପଦ ରହିଛି । ଏହାକୁ ଆଖି ଆଗରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ସଟଡାଉନ କରିଛନ୍ତି । ଆଜି ଦିନକ ପାଇଁ ସଟଡାଉନ କରାଯାଇଛି । ତେବେ ଆସନ୍ତା ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ।

କରୋନା ସଂକ୍ରମଣ ଓଡ଼ିଶାରେ ଆରମ୍ଭ ହେବା ମାତ୍ରେ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ବିଧାନସଭାର ଅଧିବେଶନକୁ ବନ୍ଦ କରିଦିଆଯାଇଥିଲା । ବିଧାନସଭାରେ ଥିବା ମେଡିକାଲକୁ ଜଣେ କରୋନା ମଧ୍ୟ ଆସିଥିଲେ । ଯେଉଁଥି ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନିକଟରେ ବିଧାନସଭାର କମିଟି ବୈଠକକୁ ମଧ୍ୟ ବାଚସ୍ପତି ବାତିଲ କରିଦେଇଥିଲେ । ଇତି ମଧ୍ୟରେ ବିଧାନସଭା ପରିସରକୁ ସାନିଟାଇଜ ମଧ୍ୟ କରାଯାଇଥିଲା ।