ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଗାମୀ ନଭେମ୍ବର ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥର ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଏଥିମଧ୍ୟରୁ ୨୧ଟି ସରକାରୀ ଓ ୫ ବେସରକାରୀ କାର୍ଯ୍ୟ ଦିବସ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଥମ ଦିନରେ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପସ୍ଥାପିତ ହେବ ବୋଲି ସେ କହିଛନ୍ତି। ବିଧାନସଭାର ଶୀତ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳଙ୍କଠାରୁ  ଗଠନମୂଳକ ସହଯୋଗ କାମନା କରିଛନ୍ତି।