ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ମାଡ଼ ଘଟଣା: ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ରାଜ୍ୟର ଷୋଡଶ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ପ୍ରଶ୍ନକାଳ ସ୍ୱଭାବିକ ଚାଲିଥିବା ବେଳେ ଆଜି ଶୂନ୍ୟକାଳରେ କେନ୍ଦ୍ରାପଡ଼ାରେ ମାଡ଼ ଘଟଣା ନେଇ ହଟ୍ଟଗୋଳ ଦେଖାଦେଇଛି । ତେଣୁ ବାଚସ୍ପତି ସୂର୍ଯ୍ୟପାତ୍ର ୧୫ମିନିଟ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । 

ଦୁଇଜଣ ପୂର୍ବତ୍ତନ ବିଜେଡ଼ି ମନ୍ତ୍ରୀଙ୍କ ଉପସ୍ଥିତିରେ ଏସପି ନୀତିଶ ଶେଖର ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି । ଯାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ଆଜି ଗୃହରେ ବିରୋଧି ଦଳ ପ୍ରଶ୍ନ କରିଥିଲା । ତେଣୁ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାଙ୍କୁ ନିଲମ୍ବନ କରାଯାଉ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏହା ଗଣତନ୍ତ୍ର ,ରାଜତନ୍ତ୍ର ନା ନବୀନତନ୍ତ୍ର ବୋଲି ଆକ୍ଷେପ କରିଛନ୍ତି । ତେଣୁ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେଇ ନର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିରୋଧି ଦଳ ଗୃହରେ ହୋହାଲ୍ଲା କରିଛନ୍ତି । ବାଚସ୍ପତିଙ୍କ ରୁଲିଂ ବାଦୀ କରିଛନ୍ତି ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ । ବାଚସ୍ପତି ରୁଲିଂ ନ ଦେବାରୁ ଗୃହର ମଧ୍ୟ ଭାଗରେ ବିଜେପି ଦଳ ନେତା ଧାରଣାରେ ବସିବାରୁ ବାଚସ୍ପତି ସୂର୍ଯ୍ୟପାତ୍ର ୧୫ମିନିଟ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।