ଜାନୁଆରିରେ ଘୋଷଣା ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାପରେ ଏବେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀର ବିଧାନସଭା ନିର୍ବାଚନ ତାରିଖ ଉପରେ । ନିର୍ବାଚନ ଆୟୋଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାନୁଆରି ୧୦ ଭିତରେ ତାରିଖ ଘୋଷଣା ହେବ । ନିର୍ବାଚନ ପ୍ରକ୍ରିୟା ୨୦୨୦ ଫେବୃୟାରି ୧୫ ପୂର୍ବରୁ ଶେଷ କରାଯାଇପାରେ ବୋଲି କୁହାଯାଉଛି। ଠିକ୍ ସେହିପରି ଦିଲ୍ଲୀର ବିଧାନସଭା ନିର୍ବାଚନଲାଗି ଅନ୍ତିମ ଭୋଟର ତାଲିକା ଜାନୁୟାରୀ ୬ରେ ପ୍ରକାଶ ପାଇବ।

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଭିପି କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଅକ୍ଟୋବର ୩୧ରେ ଏହା ଶେଷ ହୋଇଥିଲା । ତନଖି ପରେ ପାଖାପାଖି ୧.୪୪ ଲକ୍ଷ ଭୋଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । ଏହା ଗତ ଲୋକସଭା ନିର୍ବାଚନ ତୁଳନାରେ ପ୍ରାୟ ୧ ଲକ୍ଷ ଅଧିକ । ଦିଲ୍ଲୀ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।