ଘରେ ଏକା ଥିବା ଦେଖି ମହିଳାଙ୍କୁ ଅସଦାଚରଣ କଲା ଡେଲିଭରି ବୟ କମ୍ପାନୀ ବି ଶୁଣିଲାନି

ଇନ୍ଦୋର : ଅନ ଲାଇନରେ କିଛି ମଗାଇଲେ ହୋମ ଡେଲିଭରି ବ୍ୟବସ୍ଥା ରହିଛି । ହେଲେ ଅନେକ ସମୟରେ ଆପଣ ଯାହା ମଗାଇ ଥାନ୍ତି ତାହା ଆସି ନଥାଏ । ହେଲେ ଏବେ ।ଉ ଏକ ସମସ୍ୟା ସାମ୍ନାକୁ ଆସିଛି । ଘରକୁ ଅଡର ଡେଲିଭରି ଦେବାକୁ ଆସିଥିବା ଡେଲିଭରି ବୟ ଅସଦାଚରଣ କରିବା ଘଟଣା ଏବେ ନୂଆ ସମସ୍ୟା ସୃଷ୍ଟି କରିଛି ।

ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କ ସହ । ଅନ୍‌ଲାଇନ୍‌ ସାଇଟ୍‌ ସ୍ୱିଗିରୁ ମହିଳାଜଣଙ୍କ ନିଜ ପାଇଁ ଖାଇବା ଅର୍ଡ଼ର କରିଥିଲେ । ଅର୍ଡ଼ର ସମୟ ମଧ୍ୟରେ ଡ଼େଲିଭରୀ ମଧ୍ୟ ହୋଇଥିଲା । କିନ୍ତୁ ଡ଼େଲିଭରୀ ସମୟରେ ଡ଼େଲିଭରୀ ବଏ ଯେଉଁଭଳି ବ୍ୟବହାର କରିଥିଲେ ତାହା ଏବେ ସମସ୍ତଙ୍କ ଭାବିବା ପାଇଁ ବାଧ୍ୟ କରିଛି ।

ସୂଚନା ମୁତାବକ, ଡ଼େଲିଭରୀ ବଏ ମହିଳାଙ୍କୁ ଘରେ ଏକା ଦେଖି ଘର ଭିତରକୁ ଯିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ । ଯାହା ପରେ ମହିଳାଜଣଙ୍କ ପାଟି କରି ପଡ଼ୋଶୀମାନଙ୍କୁ ଡ଼ାକିବାରୁ ଡ଼େଲିଭରୀ ବଏ ସେଠାରୁ ଖସି ପଳାଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଏହି ଘଟଣା ବିଷୟରେ ଜଣାଇବା ପାଇଁ ପୀଡ଼ିତା ଗୁଗଲରୁ ସ୍ୱିଗିର ନୋଏଡ଼ାସ୍ଥିତ ଅଫିସର ନମ୍ବର ବାହାର କରି ପୂରା ଘଟଣା ଜଣାଇଥିଲେ । ସବୁ ଜାଣିବା ପରେ,ଆମେ ଏହାର ସମାଧାନ କରି ପାରିବୁ ନାହିଁ ବୋଲି ସ୍ୱିଗି କର୍ମଚାରୀ ଉତ୍ତର ରଖିଥିଲେ । ପରେ ପୀଡ଼ିତା ସ୍ୱିଗିର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ କଥା କରାଇବା ପାଇଁ କହିବାରୁ ଆପଣ ମୋଦିଜୀଙ୍କ ଆଗରେ ଅଭିଯୋଗ କରନ୍ତୁ ବୋଲି ନୋଏଡ଼ା ଅଫିସରୁ ଉତ୍ତର ମିଳିଥିଲା ।