ଆସମାସ ଅନୁକୁଲ୍ୟରେ ଗଞ୍ଜାମର ସୋରଡାରେ ଗ୍ରାମୀଣ ମିସ୍ତ୍ରୀ ପ୍ରଶିକ୍ଷଣ ସମାରୋହ

ଆସମାସ ପ୍ରୟାସକୁ ସରକାରଅଧିକାରୀ ଏବଂ ରାଜନେତାଙ୍କ ପ୍ରଶଂସା

ସୋରଡା :  ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୌଡ଼ଗୋଠ ଠାର ଜିଲ୍ଳା ପ୍ରଶାସନ ଓ ଆସମାସ ଅନୁକୁଲ୍ୟ ରେ ଗ୍ରାମୀଣ ମିସ୍ତ୍ରୀ ପ୍ରଶିକ୍ଷଣ ସମାରୋହ ଆୟୋଜନ କରାଯାଇଛି। ସମାରୋହକୁ ଆସିକା ସଂସଦ ପ୍ରମିଳା ବିଶୋୟୀ ପ୍ରଦୀପ ପ୍ରଜଳନ କରି ଶୁଭାରମ୍ଭ କରିଥିଲେ, ଆସମାସର ମୁଖ୍ୟ ପରିଚାଳନ। ଅଧିକାରୀ ଇଶ୍ୱର ଚନ୍ଦ୍ର ଅଗସ୍ତି ଏହି ତାଲିମ ପ୍ରଦାନ ଦ୍ୱାରା ରାଜ୍ୟ ତଥା ଦେଶରେ ବେକାରୀ ସମସ୍ୟା ଦୂର କରିବା ତାଙ୍କ ପ୍ରୟା୍ସ ବୋଲି କହିଥିଲେ, ଯାହା ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ପଞ୍ଚାୟତରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହା ଫଳରେ, ଗ୍ରାମାଞ୍ଚଳର ବେକାରୀ ଯୁବକ ମାନେ ସ୍ଵରୋଜଗାରକ୍ଷମ ହୋଇ ପାରିବେ ।

ଆସମାସ ପକ୍ଷ ରୁ 45 ଜଣ ବେକାର ଯୁବକଙ୍କୁ ମିସ୍ତ୍ରୀ ତାଲିମ ପ୍ରଦାନ ପାଈଁ ଚୟନ କରାଯାଏ ସେମାନଙ୍କୁ କୀଟ୍ ପ୍ରଦାନ କରାଯାଇଛି, ଏବଂ 45 ଦିନ ସେମାନଙ୍କୁ ମିସ୍ତ୍ରୀ ତାଲିମ ଦେବା ପରେ ସେମାନେ ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରିବେ । ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । କାଯ୍ୟକ୍ରମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ରବି ନାରାୟଣ ତ୍ରିପାଠୀ, ବହୁ ସରକାରୀ ଅଧିକାରୀ ଯୋଗ ଦେଇଥିଲେ । ଆସମାସର ଏହି କାଯ୍ୟକୁ ଆଦିବାସୀ ନେତା ରାମ ଶବର ସ୍ୱାଗତ କରିଥିଲେ ।

ଆସମାସର ଏପରି ପ୍ରୟାସ ଯାହା ରାଜ୍ୟ, ଦେଶ ଏବଂ ଦେଶବାହାରେ ମଧ୍ୟ ତାଲିମ ଦେଇ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏହାକୁ ସରକାରଅଧିକାରୀ ଏବଂ ରାଜନେତା ମାନେ ପ୍ରଶଂସା କରିଥିଲେ ।