‘ଆସମାକ’ଗ୍ରୁପ ମୁମ୍ବାଇରେ୨ଶହରୁ ଉର୍ଦ୍ଧ ଓଡିଆ ଶ୍ରମିକଙ୍କ ପାଖରେ ସହାୟତା ପହଁଚାଇଲା

ଭୁବନେଶ୍ୱର : ମହାରଷ୍ଟ୍ର ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡିଆ ଶ୍ରମକଙ୍କୁ ସହାୟତାର ହାତ ବଢାଇଛି ‘ଆସମାକ’ ଗ୍ରୁପ । ‘ଆସମାକ’ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଦେବ ମହାନ୍ତିଙ୍କ ତତ୍ତ୍ୱାବଧନରେ ଗ୍ରୁପର କର୍ମକର୍ତ୍ତା ମାନେ ମୁମ୍ବାଇର ବିବିନ୍ନ ଅଞ୍ଚଳରେ ରହୁଥିବା ଓ ଲକଡାଉନ ସମୟରେ ଅସୁବିଧାରେ ପଡିଥିବା ୧୦ ଲୋକେସନର ୨ଶହରୁ ଉର୍ଦ୍ଧ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଁଚାଇଛନ୍ତି ।
ମୁମ୍ବାଇର ମୀରା ରୋଡରେ ୫୫ ଜଣ,ଧାଇସର ୨୨ ଜଣ, ବୋରୀବାଲିରେ ୫ ଜଣ,ଗେରୀଗାଁଓରେ ୩ ଜଣ, ମୁମ୍ବାଇ ସେଣ୍ଟ୍ରାଲରେ ୭୬ ଜଣ,ମାଜଗାଓଁଡକରେ ୨୦ ଜଣ, ଆଣ୍ଟୋଫିଲରେ ୧୯ ଜଣ, ଟାଟା ହସ୍ପିଟାଲରୋଡରେ ୧ ଜଣ,କଲ୍ୟାଣରେ ୪ ଜଣ ଏବଂ ସାକିନାକାରେ ୨ଜଣ ଶ୍ରମିକଙ୍କୁ ମିଶାଇ ମୋଟ ୨୦୭ ଜମଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଔଷଧ ପହଁଚାଇଛନ୍ତି ।

କୋରନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ସମୟରେ ରାଜ୍ୟ ବାହାରେ ଥିବା ଓଡିଆ ଶ୍ରମିକ ମାନଙ୍କ ପାଖରେ ସହାୟତା ପହଁଚାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରମିକ ମାନଙ୍କର ରହିବା ଖାଇବା ଓ ଔଷଧ ଯୋଗାଇଦେବା ଲାଗି ରାଜ୍ୟସରକାର ରାଜ୍ୟବାହରର ବିଭିନ୍ନ ଓଡିଆ ସଂଗଠନ ଓ ସଂସ୍ଥାଙ୍କ ସହାୟତା ନେଉଛନ୍ତି । ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କ ସୂଚନା ପାଇଁ ଖୋଲାଯାଇଥିବା କଣ୍ଟ୍ରୋଲରୁମକୁ ଆସୁଥିବା ସୂଚନା ।ଧାରରେ ସେମାନଙ୍କ ପାଖରେ ସହାୟତା ପହଁଚାଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସମାକ ଗ୍ରୁପକୁ ମୁମ୍ବାଇର ୧୦ଟି ଅଞ୍ଚଳରେ ରହୁଥିବା ଶ୍ରମିକ ମାନଙ୍କର ତାଲିକା ଦିଆଯାଇ ସେମାନଙ୍କ ଲାଗି ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ପହଁଚାଇବା ଲାଗି କୁହାଯିବା ପରେ ଗ୍ରୁପ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଦେଶର ଏଭଳି ଜରୁରୀ ସ୍ଥିତିରେ ଅସହାୟ ଶ୍ରମିକ ମାନଙ୍କ ପାଖରେ ତୁରନ୍ତ ସହାୟତା ପହଁଚାଇଥିବାରୁ ‘ଆସମାକ’ଗ୍ରୁପ ଅଧ୍ୟକ୍ଷ ଡକ୍ଟର ଦେବ ମହାନ୍ତି ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଖାଦ୍ୟବଣ୍ଟନବଣ୍ଟନ ସମୟରେ ନିଜେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ରଖି କାମ କରିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ୍ୟ ଦେଇଛନ୍ତି ।