ସମସ୍ତ ଭୂମିହୀନ ଲୋକଙ୍କୁ ଘରଡିହ ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଗ୍ରାମାଂଚଳରେ ୨୬.୧୮ ଲକ୍ଷ ପକ୍କାଘର ନିର୍ମାଣ ପୂର୍ଣ୍ଣାଙ୍ଗ

ଭୁବନେଶ୍ୱର: ଗ୍ରାମାଂଚଳର ସମସ୍ତ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ ପଦକ୍ଷେପ ସ୍ୱରୂପ ଗତ ୫ବର୍ଷ ମଧ୍ୟରେ ୨୫ ଲକ୍ଷ ୧୮ ହଜାର ୪ଶହ ୯୭ ପକ୍କା ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭାଗ୍ରୃଠାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ ଏ ସମ୍ବନ୍ଧୀୟ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

  asit tripaty news

ଚଳିତମାସ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମୀକ୍ଷା କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ହିତାଧିକାରୀ-କେନ୍ଦ୍ରିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପକ୍କାଘର ପାଇବା ପାଇଁ ଅପେକ୍ଷାରତ ତାଲିକା ଅନ୍ତର୍ଭୁକ୍ତ ସମସ୍ତ ଭୂମିହୀନ ପରିବାରକୁ ଘରଡିହ ଯୋଗାଇବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଭୂମିହୀନ ପରିବାରମାନେ ହିଁ ପ୍ରକୃତରେ ଦରିଦ୍ରତମ ।ସେମାନଙ୍କୁ ପକ୍କାଘର ଯୋଗାଣ ଯୋଜନାର ମୌଳିକ ଳକ୍ଷ୍ୟ ହୋଇଥିବାରୁ ପ୍ରଚଳିତ ନିୟମକୁ କୋହଳ କରି ସେମାନଙ୍କୁ ଘରଡିହ ଯୋଗାଇବାକୁ ହେବ । ଆପଶ୍ୟକ ହେଲେ ଏଥିପାଇଁ ନିୟମରେ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କିମଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ସ୍ୱତନ୍ତ୍ର ପ୍ରକଳ୍ପ ସମୂହ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶାସନ ସଚିବ ଶ୍ରୀ ଅଭୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।