ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଓଡ଼ିଶାର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଆଇଏଏସ ଅଫିସର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାପରେ କହିଛନ୍ତି ଯେ ସମୟ ନଷ୍ଟ ନକରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ନିଜର କାମ ଥିଲେ ଫାଇଲ ରକେଟ ଭଳି କ୍ଷୀପ୍ର ଗତିରେ ଯାଇଥାଏ। ସେହିଭଳି ପ୍ରତିଟି ଫାଇଲ ରକେଟ ବେଗରେ ଯେମିତି ଗତି କରିବ ତାହା ସେ ଦେଖିବେ ବୋଲି କହିଛନ୍ତି । ସରକାରଙ୍କ ୫T ଫର୍ମୁଲାକୁ ଗୁରୁତ୍ବ ଦେଇ, ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ୨୦୧୯-୨୦ବର୍ଷ ପାଇଁ ସବୁ ବିଭାଗର କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ କିପରି ପୂରା ହେବ ତାହା ସେ ତଦାରଖ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ।