ଅସିତ ତ୍ରିପାଠୀ ହେଲେ ନୂଆ ଉନ୍ନୟନ କମିଶନର

ଭୁବନେଶ୍ୱର: ଘରୋଇ ସଚ୍ଚିବ ଦାୟିତ୍ୱରେ ଅତିରିକ୍ତ ମୁଖ୍ୟସାଶନ ସଚ୍ଚିବ ଅସିତ କୁମାର ତ୍ରିପାଠୀଙ୍କୁ ରାଜ୍ୟ ଉନ୍ନୟନ କମିଶନର ଉନ୍ନୟନଭାବେ ନିଯୁକ୍ତ କରାଯାଇଛି | ଏହି ପଦବୀରେ ଥିବା ଆର ବାଲକୃଷ୍ଣ ଅବସର ନେବା ପରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି | ସେ ହେଉଛନ୍ତି ୧୯୮୬ ବ୍ୟାଚର ବରିଷ୍ଠ ଆଇଏସ ଅଫିସର |

ନୂଆ ଉନ୍ନୟନ କମିଶନର ହେଲେ ଅସିତ ତ୍ରିପାଠୀ । ଆର୍‌ ବାଲକ୍ରିଷ୍ଣନଙ୍କ ସ୍ଥାନ ନେଲେ ଅସିତ । ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅସିତ ତ୍ରିପାଠୀ ଆଜି (ଶୁକ୍ରବାର) ଡିସିର ଦାୟିତ୍ୱ ନେଇଛନ୍ତି ।

ଉନ୍ନୟନ କମିଶନର ସହ ଗୃହ ବିଭାଗର ACS ଦାୟିତ୍ୱରେ ରହିବେ ଅସିତ ।ଏହାସହ ଆଜି ଆର୍‌ ବାଲକ୍ରିଷ୍ଣନ ଉନ୍ନୟନ କମିଶନ ପଦରୁ ଅବସର ନେଇଛନ୍ତି । ଅସିତ ତ୍ରିପାଠୀ ଜଣେ ଦକ୍ଷ ପ୍ରଶାସକ । ଅପରାଧ ଆଇନ, ପୋଲିସ୍‌, ସୁରକ୍ଷାବଳ ପରିଚାଳନା, ଶିଳ୍ପ କ୍ଷେତ୍ରରେ,ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି, ଜମି କର, ଜିଲ୍ଲା ପ୍ରଶାସନ ସବୁଥିରେ ଅଭିଜ୍ଞତା ଥିବା ଜଣେ ଦକ୍ଷ ଅଫିସର ଅସିତ ତ୍ରିପାଠୀ ।

ଘରୋଇ ସଚ୍ଚିବ ଦାୟିତ୍ୱରେ ଅତିରିକ୍ତ ମୁଖ୍ୟସାଶନ ସଚ୍ଚିବ ଅସିତ କୁମାର ତ୍ରିପାଠୀଙ୍କୁ ରାଜ୍ୟ ଉନ୍ନୟନ କମିଶନର ଉନ୍ନୟନଭାବେ ନିଯୁକ୍ତ କରାଯାଇଛି | ଏହି ପଦବୀରେ ଥିବା ଆର ବାଲକୃଷ୍ଣ ଅବସର ନେବା ପରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି |

ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି | ସବୁ ଶେଣୀର ଅଫିସରଙ୍କ ସେ ପ୍ରିୟ | ସେ ଜଣେ ଆମୟିକ ଓ ଭଦ୍ର ଅଧିକାରୀ ଭାବେ ପରିଚିତ | ତାଙ୍କର ଏହି ପଦୋନ୍ନତ୍ତକୁ ସବୁ ଶ୍ରେଣୀରେ ସ୍ୱାଗତ କରାଯାଇଛି