ଏସିଆନ୍ ଗେମ୍ସ: ଅଷ୍ଟମ ଦିନରେ ଦୁଇ ରୌପ୍ୟ ସହ ୩୧ ପଦକ ପାଇ ଅଷ୍ଟମ ସ୍ଥାନରେ ଭାରତ

ଜାକର୍ତ୍ତା : ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନ । ଅଷ୍ଟମ ଦିନରେ ଭାରତକୁ ମିଳିଛି ଦୁଇ ରୌପ୍ୟ ପଦକ।  ଅଶ୍ବାରୋହଣ ରେ ଭାରତକୁ ମିଳିଛି ଦୁଇଟି ପଦକ।ଫୌଆଦ ମିର୍ଜା ଏକକ ଇଭେଣ୍ଟରେ ଦ୍ବିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ୧୯୮୨ପରେ ଅଶ୍ବାରୋହଣ ଏକକ ଇଭେଣ୍ଟରେ ଏହା ପ୍ରଥମ ପଦକ। ସେହିପରି ଅଶ୍ବାରୋହଣ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି । ସେପଟେ ମହିଳା ୪୦୦ ମିଟର ହଲଲ୍ସ ଫାଇନାଲରେ ପହଞ୍ଚିଛନ୍ତି ଜଉନା ମୁର୍ମୁ ଓ ଅନୁ ରାଘବନ । ସେପଟେ ଆଜି ମହିଳା ୧୦୦ ମିଟର୍ ସେମିଫାଇନାଲ ରେସରେ ଦୌଡିବେ ଦୂତୀ  । ୭ଟି ସ୍ବର୍ଣ୍ଣ, ୭ ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଚ ପଦକ ସହ ୩୧ ମେଡାଲ ହାତେଇ ନବମ ସ୍ଥାନ ଅଧିକାର କରିଛି ଭାରତ ।

ଅଷ୍ଟମ ଦିନ ସୁଦ୍ଧା ଏବେ ସୁଦ୍ଧା ଚାଇନା ୭୨ ଟି ସ୍ବର୍ଣ୍ଣ, ୫୧ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଚ ସହ ୧୫୪ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି । ଜାପାନ ୩୭ ସ୍ବର୍ଣ୍ଣ, ୩୨ଟି ରୌପ୍ୟ ଓ ୪୪ଟି ବ୍ରୋଞ୍ଚ ସହ ୧୧୩ ପଦକ ପାଇ ଦ୍ବିତୀୟ ଏବଂ ଦକ୍ଷିଣକୋରିଆ 25 ସ୍ବର୍ଣ୍ଣ ସହ 86 ପଦକ ପାଇ ତୃତୀୟ ସ୍ଥାନରେ ରହିଛି । 7 ସ୍ବର୍ଣ୍ଣ, 7 ସିଲଭର ଏବଂ 17 ବ୍ରୋଞ୍ଜ ସହ ମୋଟ ୩୧ ପଦକ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି ଭାରତ