ଏସିଆନ୍ ଗେମ୍ସ: ବିନେଶଙ୍କୁ ଐତିହାସିକ ସ୍ୱଣ୍ଣ

ଜାକର୍ତା : ଭାରତର ବିନେଶ ଫୋଗତ୍ ଏସିଆନ ଗେମ୍ସ ମହିଳା ରେସଲିଂରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏହା ହେଉଛି ଜଣେ ଭାରତୀୟ ମହିଳା ରେସଲର ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରଥମ ଘଟଣା । ସୋମବାର ଅନୁଷ୍ଠିତ ମହିଳା ୫୦ କେଜି ଫ୍ରିଷ୍ଟାଲ ରେସଲିଂ ଫାଇନାଲରେ ଫୋଗତ ୬-୨ରେ ଜାପାନର ୟୁକି ଆଇରୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିବା ସହ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ସୋମବାର ଭାରତକୁ ମଧ୍ୟ ଆଉ ଦୁଇଟି ରୌପ୍ୟ ପଦକ ମିଳିଛି । ପୁରୁଷ ସୁଟିଂର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ରେ ଦୀପକ କୁମାର ଏବଂ ଟ୍ରାପ ଇଭେଣ୍ଟରେ ଲକ୍ଷ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୧ ବ୍ରୋଞ୍ଜ ସହ ୫ଟି ପଦକ ଜିତିବାରେ ସମର୍ଥ ହୋଇଛି । ସେହିପରି ପୁରୁଷ ହକି ଦଳ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ବିଜୟ ଅଭିଯାନ ଆରମ୍ଭ କରିଛି । କିନ୍ତୁ କବାଡି ଦଳ ଆଶ୍ଚର୍ଯ୍ୟଜନକ ଭାବେ ସାଉଥ କୋରିଆଠାରୁ ୨୪- ୨୩ ପଏଣ୍ଟ ହାରି ଉଭୟ ବ୍ୟାଡମିଣ୍ଟନ ଦଳ ହାରିଯାଇଛି ।