ଏସିଆ କପ : ପାକିସ୍ଥାନକୁ ହରାଇ ଭାରତର ଦମଦାର ବିଜୟ

ଦୁବାଇ  : ଏସିଆ କପ କ୍ରିକେଟରେ ଭାରତର ଦମଦାର ବିଜୟ ହୋଇଛି । ପାକିସ୍ତାନକୁ ହରାଇ ଟିମ ଇଣ୍ଡିଆ ଏକ ବଡ ବିଜୟ ହାସଲ କରିଛି । ୨୯ ଓଭରରେ ଭାରତ ମାତ୍ର ୨ ଓକେଟ ହରାଇ ତାର ଟାଗେର୍ଟ ହାସ କରିନେଇଥିଲା । ୧୬୨ ରନର ବିଜୟ ଲକ୍ଷର ପିଛା କରୁଥିବା ଭାତର ୧୬୪ ରନରେ କରି ମ୍ୟାଚ ଚିତି ନେଇଛି । ପ୍ରଥମେ ବ୍ୟାଂଟି କରି ପାକିସ୍ତାନ ୪୩.୧ ଓଭରରେ ଅଲଆଉଟ ହୋଇ କରିଥିଲା ୧୬୨ ରନ । ପରେ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖି ଆରମ୍ଭରୁ ଭଲ ଖେଳିଥିଲା । ରୋହିତ ଶର୍ମା୫୨ ଶିଖର ଧବନ ୪୬ ଅମ୍ବାତି ରାଇଡୁ ୩୧ ,ଦିନେଶ କାର୍ତ୍ତିକ ୩୧ ରନ କରିଥିଲେ ।

ଭାରତ ପକ୍ଷରୁ ସ୍ପିନିଂ ଅଲରାଉଣ୍ଡର କେଦାର ଯାଦବ ଓ ସ୍ପିଡ୍‌ଷ୍ଟର୍‌ ଭୁବନେଶ୍ୱର କୁମାର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଏବଂ ରିଷ୍ଟ ସ୍ପିନର୍‌ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ମାତ୍ର ୨ ରନ୍‌ରେ ଭୁବନେଶ୍ୱର କୁମାର ଓପନର୍‌ ଇମାମ୍‌ ଉଲ୍‌ ହକ୍‌ଙ୍କୁ ୱିକେଟ୍ କିପର୍ ଧୋନିଙ୍କ ହାତରେ ଆଉଟ୍ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ନିଜର ଦ୍ୱିତୀୟ ଓଭର୍‌ରେ ଭୁବନେଶ୍ୱର ଅନ୍ୟତମ ଓପନର୍ ଫଖର ଜମାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ତେବେ ତୃତୀୟ ୱିକେଟ୍ ପାଇଁ ଭେଟେରାନ୍ ସୋଏବ ମାଲିକ ଓ ନିର୍ଭରଯୋଗ୍ୟ ବାବର ଆଜମ୍ ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରି ପାକ୍ ଇନିଂସ୍କୁ ଆଗକୁ ବଢ଼ାଇଥିଲେ। ଉଭୟେ ତୃତୀୟ ୱିକେଟ୍ ପାଇଁ ୮୨ ରନ୍‌ର ଭାଗିଦାରୀ କରିଥିଲେ। ଏହି ଯୋଡ଼ିକୁ ଚାଇନାମ୍ୟାନ୍‌ କୁଲଦୀପ ଯାଦବ ଭାଙ୍ଗିଥିଲେ।