ଏସିଆ କପ କ୍ରିକେଟ : ୧୯ ସେପ୍ଟେମ୍ବରରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ : ଏସିଆ କପ କ୍ରିକେଟ ଲାଗି ଘୋଷଣା ହୋଇଛି କାର୍ଯ୍ୟସୂଚୀ । ଏହି ସୂଚୀରେ ଭାରତ ତାର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସେପ୍ଟେମ୍ବର ୧୯ରେ ଭିଟିବ । ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ସେହିଭଳି ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯିବ। ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ସୁପର-୪ ଖେଳାଯିବ। ଏଥିରେ ଭାରତ ତା’ର ଚିରପ୍ରତିନ୍ଦନ୍ଦୀ ପାକିସ୍ତାନକୁ ସେପ୍ଟେମ୍ବର ୧୯ରେ ଭେଟିବ। ସେପ୍ଟେମ୍ବର ୧୫ରୁ ୨୮ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ସିଆ କପ୍‌ ପାଇଁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ଟିକେଟ ମିଳି ସାରିଛି। ଶେଷ ସ୍ଥାନ ପାଇଁ ୟୁଏଇ, ସିଙ୍ଗାପୁର, ଓମାନ, ନେପାଳ, ମାଲେସିଆ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ହେବ।