ନାବାଳିକା ଦୁଷ୍କର୍ମ ଘଟଣାରେ ନିଲମ୍ବିତ ଅଭିଯୁକ୍ତ ଏଏସ୍ଆଇ ଗିରଫ

ବରଗଡ : ନାବାଳିକା ଦୁଷ୍କର୍ମ ଘଟଣାରେ ନିଲମ୍ବିତ ଅଭିଯୁକ୍ତ ଏଏସ୍ଆଇ ଗିରଫ । ସୋହେଲା  ଏଏସ୍ଆଇ ବନମାଳି କୁଅଁରଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୂର୍ବରୁ ନାବାଳିକାର ପ୍ରେମିକ ତଥା ଅଭିଯୁକ୍ତ କୈବଲ୍ୟ ନାଗକୁ ପୋଲିସ ଗିରଫ କରିଥିଲା ।ଗତ ୮ ତାରିଖରେ ନାବାଳିକା ଝୁନୁଙ୍ଗାପାଲିରୁ ଦୀପ୍ତିପୁରକୁ ଟ୍ୟୁସନ ପାଇଁ ଆସୁଥିବା ବେଳେ କୈବଲ୍ୟ ନାଗ୍ ତାଙ୍କୁ ଅପହରଣ କରି ସୋହେଲା ଏଏସ୍ଆଇ ବନମାଳୀଙ୍କ ଭଡାଘରେ ରଖିଥିଲା ।  ସେଠାରେ ଏଏସ୍ଆଇ ବନମାଳି କୁଅଁର ବି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଏତଲା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।