ପୁରୀ: ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଶ୍ରୀମନ୍ଦିର ଖାଲିପଡ଼ିଛି। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଏବଂ ରୁର୍କୀ ସିବିଆରଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗର୍ଭଗୃହର ପ୍ରଥମ ମହଲା ଓ ଦ୍ବିତୀୟ ମହଲା ସହିତ କାନ୍ଥ, ଷ୍ଟିଲ କ୍ରସ୍ ଯାଞ୍ଚ କରାଯିବ। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ। ଯାଞ୍ଚ ସମୟରେ ଗର୍ଭଗୃହର ଭେଣ୍ଟିଲେଶନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ। ଗର୍ଭଗୃହ ସହିତ ନାଟ ମଣ୍ଡପ ମଧ୍ୟ ଯାଞ୍ଚ କରାଯାଉଛି।
Prev Post
Next Post