ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା | ଶେଷରେ ବିଜେପି ଛାଡିଛନ୍ତି  ଅଶୋକ ପାଣିଗ୍ରାହୀ | ୨୦୧୮ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ଦଳର  ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ପତ୍ରରେ ଲେଖିଛନ୍ତି ଯେ ଦଳ ତାଙ୍କ ପ୍ରତି ଅଣଦେଖା କରିଛି | ଏହି କାରଣରୁ ସେ ଇସ୍ତଫା ଦେଉଛନ୍ତି | ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଇସ୍ତଫା ପତ୍ର ଲେଖି ସେ ନିଜ ଅସନ୍ତୋଷ ଜାହିର କରିଛନ୍ତି |

ଏହାପୂର୍ବରୁ ଅଶୋକ କହିଥିଲେ ଯେ ଯେ ଦଳ ତାଙ୍କୁ ଅଣଦେଖା କରୁଛି, ସାଧାରଣ ନିର୍ବାଚନ କି ଉପନିର୍ବାଚନରେ ତାଙ୍କୁ ଦାୟିତ୍ବ ମିଳିଲାନି | ଏଠାରେ ସୂଚନା ଥାଉ କି ସନତ ଗଡ଼ତିଆ ବିଜେପିର ବିଜେପୁର ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ, ବରଗଡ ଜିଲ୍ଲା ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିସାରିଛି । ଅଶୋକ ପାଣିଗ୍ରାହୀ ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ସନତ ଗଡତିଆ, ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ ।

ଶ୍ରୀ ପାଣିଗ୍ରାହୀ ୨୦୦୦ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ଠାରୁ  ପରାଜିତ ହୋଇଥିଲେ। ଚର୍ଚ୍ଚା ହେଉଛି କି ସେ ବର୍ତ୍ତମାନ ତାଙ୍କର ପୁରୁଣା ଦଳ ବିଜେଡି ଆଡ଼କୁ ମୁହାଁଇ ପାରନ୍ତି।