ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଭୁବନେଶ୍ବରୁ  : ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗଦେଇ କେଜ୍ରିୱାଲ୍‌ କହିଛନ୍ତି ଓଡିଶାରେ ବିରୋଧୀ ନାହାନ୍ତି, ଏଠି ତିନି ଦଳର ଗଠବନ୍ଧନ ସରକାର ଚାଲିଛି । ଦିଲ୍ଳୀ ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଦିଲ୍ଲୀ ଯାଇ ସରକାରୀ ସ୍କୁଲ ବିୁଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବି​‌ଜେପି ଓ କଂଗ୍ରେସ କହିଛନ୍ତି ଓଡ଼ିଶା କଥା ନଭାବି କେଜ୍ରିୱାଲ୍‌ ଦିଲ୍ଲୀ କଥା ବୁଝନ୍ତୁ ।   

କେଜରିୱାଲଙ୍କ ଟାର୍ଗେଟରେ ବିଜେଡି, ବିଜେପି ଓ କଂଗ୍ରେସ । ଓଡ଼ିଶାରେ ମିଳିତ ମଞ୍ଚର ସରକାର ଚାଲିଛି । ବିଜେପି ପକେଟରେ ବିଜେଡି ଓ ବିଜେଡି ପକେଟରେ କଂଗ୍ରେସ । ନିର୍ବାଚନ ଆସିଲେ ଏମାନଙ୍କ ଗଠବନ୍ଧନ ମଜବୁତ୍‌ ହୋଇଯାଉଛି । ସେଥିପାଇଁ ୧୯ ବର୍ଷ ହେଲା ନବୀନ କ୍ଷମତାରେ ଅଛନ୍ତି ଏବଂ ବିରୋଧୀ ଦଳ ନାହିଁ । ମିଳିମିଶି ଏମାନେ ଓଡିଶାକୁ ଲୁଟ୍‌ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ ତୀବ୍ର ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଖଣି ମାଫିଆଙ୍କ କବଜାରେ, ବିଦ୍ୟାଳୟ ଗୁଡିକର ସ୍ଥିତି ଦୟନୀୟ, ଶିକ୍ଷକ ନାହାନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଅରବିନ୍ଦ କେଜରିୱାଲ । ସାମାଜିକ ନ୍ୟାୟ ଅଧିକାର ସମାବେଶରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲେ କେଜିରିୱାଲ । ଶ୍ରୀକାନ୍ତ ଜେନାଙ୍କ ନିମନ୍ତ୍ରଣ ରକ୍ଷା କରି କେଜିରିୱାଲ ଭୁବନେଶ୍ବର ଆସି ବିଜେଡି ବିଜେପି ଓ କଂଗ୍ରେସ ଉପରେ ବର୍ଷିଥିଲେ । ସେପଟେ  ବିଜେପି ଓ କଂଗ୍ରେସ କହିଛନ୍ତି କେଜିରିୱାଲ ଆଗ ଦିଲ୍ଳୀ କଥା ସମ୍ଭାଳନ୍ତୁ ।

ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ଶ୍ରୀକାନ୍ତ ଜେନା,ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ସାମାଜିକ ନ୍ୟାୟ ଅଭିଯାନର ମୁଖ୍ୟ ଦେବୀ ପ୍ରସାଦ ପୃଷ୍ଟି ନିଜର ମତ ରଖିଥିଲେ।